ଆନନ୍ଦପୁରରେ ବିଦ୍ୟୁତ୍ ଆଘାତରେ ଛାତ୍ରୀ ମୃତ

Published By : Prameya-News7 Bureau | September 07, 2018 IST

କେନ୍ଦୁଝର ୭/୯:ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଖଲଣା ଗାଁରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତା ନାବାଳିକା ଜଗନ୍ନାଥ ଜେନାଙ୍କ ଝିଅ ତୁଳତୀ ଜେନା । ତୁଳତୀ ଆଜି ଘରର ଲୁହା କବାଟ ଖୋଲୁଥିବା  ସମୟରେ ଘର ଭିତରେ ଝୁଲୁଥିବା ଏକ ବିଦ୍ୟୁତ୍ ତାର ଲୁହାକବାଟରେ ଲାଗି  ଛିଣ୍ଡିଯିବାରୁ କବାଟ ଚାର୍ଜ ହୋଇଯାଇଥିଲା । ଫଳରେ କବାଟକୁ ଧରିଥିବା ତୁଳତି ବିଦ୍ୟୁତ୍ ଆଘାତ ପାଇ ସେହିଠାରେ ଟଳିପଡିଥିଲେ । ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ପହଞ୍ଚାଇଥିଲେ  ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.