Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଟ୍ରେନ୍ ଲାଇନ୍ କଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, କେହି ଟ୍ରେନ୍‌ରୁ ଧକ୍କା ଦେଇଥିବା ସଂଦେହ

10/02/2019 at 11:58 AM

ବ୍ରହ୍ମପୁର ୧୦|୨: ବ୍ରହ୍ମପୁର ନିକଟ ପଞ୍ଚମା ରେଲୱେ କ୍ରସିଂରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ମିଳିଛି ।  ରେଲୱେ ଲେବଲ୍ କ୍ରସିଂ ନିକଟରୁ ଏହି ମୃତ ଦେହ ମିଳିଥିଲେ ମଧ୍ୟ ଯୁବତୀଙ୍କ ମୃତ୍ୟୁର କାରଣ ଟ୍ରେନ ଧକ୍କାରେ ହୋଇନଥିବା ସ୍ପଷ୍ଟ ଜଣା ପଡୁଛି ।

ମୃତଦେହ ନିକଟରୁ ମିଳିଥିବା ବ୍ୟାଗରୁ ଏକ ଏଟିଏମ କାର୍ଡ ମିଳିଛି । ଏଥରେ କୁମୁଦିନୀ ବୋଲି ଲେଖାଯାଇଛି । ତେଣୁ ଯୁବତୀଙ୍କ ନାଁ କୁମୁଦିନୀ ହୋଇଥିବା ଅନୁମାନ କରାଯାଉଛି ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଯୁବତୀଙ୍କୁ କେହି କୌଣସି ଟ୍ରେନରୁ ପେଲିଦେଇଥିବା ମଧ୍ୟ ଆଶଙ୍କା କରାଯାଉଛି ।

ଯୁବତୀଙ୍କ ବୟସ ୧୮ ହୋଇଥିବା ଅନୁମାନ କରାଯାଉଛି । ପୋଷାକ ପତ୍ରରୁ ସେ କୌଣସି ଉତ୍ସବରେ ଯୋଗ ଦେବା ପାଇଁ ପ୍ରସ୍ତୁତିରେ ଥିବା ଜଣାପଡୁଛି । ଘଟଣାସ୍ଥଳରେ ପହଞ୍ଚି ବ୍ରହ୍ମପୁର ଜିଆର୍‌ପିର ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts