ବୋଲେରୋ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ; ରାସ୍ତା ଅବରୋଧ କଲେ ଗ୍ରାମବାସୀ
4/12/2018 at 1:02 PM

ବଲାଙ୍ଗିର ୦୪|୧୨: ବୋଲେରୋ ଧକ୍କାରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଗନ୍ଧର୍ଲା ନିକଟରେ ଘଟିଛି ଦୁର୍ଘଟଣା । ସ୍କୁଲକୁ ଯିବାବେଳେ ଛାତ୍ରୀ ଜଣଙ୍କୁ ସାମ୍ନାରୁ ଆସୁଥିବା ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ମୃତ ଛାତ୍ରୀ ସପ୍ତମ ଶ୍ରେଣୀର ଭୁବନ୍ତି ରଣା । ତାଙ୍କ ଘର ସିନ୍ଧେକେଲା ଥାନା ବବକରା ଗାଁରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗନ୍ଧର୍ଲା ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021