ଅସଦାଚରଣର ବିରୋଧ କରିବାରୁ ଯୁବତୀଙ୍କୁ ଜୀବନ୍ତ ଜଳାଇ ଦେଇଥିଲା ଅଭିଯୁକ୍ତ : ୧୫ଦିନ ପରେ ବୁଜିଲେ ଆଖି

Published By : Prameya-News7 Bureau | November 16, 2020 IST

ବୈଶାଳୀ ୧୬/୧୧: ବିହାରର ବୈଶାଳୀରେ ଯୁବତୀଙ୍କୁ ଜୀବନ୍ତ ପୋଡ଼ିଦେବାର ୧୫ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ୧୫ଦିନ ପରେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇ ନାହିଁ। ଏଥିରେ ଉତ୍ତ୍ୟକ୍ତ ଲୋକେ ରବିବାର ବିଳମ୍ବିତ ରାତିରେ ବିକ୍ଷୋଭ କରିଥିଲେ। ପୋଲିସ୍ ଆସିବା ପରେ ବିଳମ୍ବିତ ରାତିରେ ଯୁବତୀଙ୍କ ଅନ୍ତିମ ସଂସ୍କାର କରି ଦିଆଯାଇଥିଲା।

ସୂଚନା ଅନୁଯାୟୀ ବୈଶାଳୀରେ ଅସଦାଚରଣର ବିରୋଧ କରିବାରୁ ୨୦ବର୍ଷର ଯୁବତୀଙ୍କୁ ଗାଁର ଅସାମାଜିକ ଲୋକେ ଜୀବନ୍ତ ଜଳାଇ ଦେଇଥିଲେ। ଘଟଣାଟି ଘଟିଥିଲା ଦେସରୀ ଥାନାର ରସୁଲପୁରର। ଗାଁର କିଛି ଅସାମାଜିକ ଯୁବକ, ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏହାର ବିରୋଧ କରିବାରୁ ସେମାନେ ଯୁବତୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଯୁବତୀଙ୍କୁ ପଟନାର ପିଏମସିଏଚରେ ଚିକିତ୍ସା କରାଯାଉଥିଲା। ଏଠାରେ ୧୫ଦିନ ପରେ ତାଙ୍କ ମୃତ୍ୟୁ ହୋଇଯାଇଛି।

ଯୁବତୀଙ୍କ ଘରଲୋକଙ୍କ ଅଭିଯୋଗ ଅନୁସାରେ ଯେତେବେଳେ ସେମାନେ ଅଭିଯୁକ୍ତଙ୍କ ଘର ଲୋକଙ୍କୁ ଅସଦାଚରଣର ଅଭିଯୋଗ କରିଥିଲେ ସେତେବେଳେ ଅଭିଯୁକ୍ତ ନିଜ ୨ସହଯୋଗୀଙ୍କ ସହ ମିଶି ଯୁବତୀଙ୍କ ଘର ପାଖରୁ ଉଠାଇଥିଲେ ଏବଂ ଜୀବନ୍ତ ଜଳାଇ ଦେଇଥିଲେ।ଘଟଣାର ୧୫ଦିନ ପରେ ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ପଟନାର PMCHରେ ମୃତ୍ୟୁ ହୋଇଯାଇଛି। ଘଟଣାର ୧୫ଦିନ ବିତିଯିବା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.