ନୂଆଦିଲ୍ଲୀ ୦୭/୧୨ : ଦୁନିଆରେ ବିଭିନ୍ନ ପ୍ରକାର ମଣିଷ ଅଛନ୍ତି। କିଏ ଖୋଲାଖୋଲି ଭାବେ ଲୋକଙ୍କ ପାଖରେ ନିଜ କଥା ରଖିଥାଏ ଓ ନିଜ ଟ୍ୟାଲେଣ୍ଟ ଦେଖାଇଥାଏ ତ କିଏ ଇଣ୍ଟ୍ରେଭର୍ଟ ହୋଇଥାଏ। ଏମାନଙ୍କୁ ଲୋକଙ୍କୁ ପାଖରେ ବେଶୀ ଖୋଲାଖୋଲି ଭାବେ ମିଶିବା ପସନ୍ଦ ନୁହେଁ। କିନ୍ତୁ ବେଳେବେଳେ ଏମିତି ଲୋକଙ୍କ ଟ୍ୟାଲେଣ୍ଟ ଭୁଲବଶତଃ ଲୋକଙ୍କ ସାମ୍ନାକୁ ଚାଲିଆସେ। ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓକୁ ଟ୍ୱିଟରରେ ସେୟାର କରାଯାଇଛି।
{"id":555863,"sizeSlug":"full","linkDestination":"none"}ଟ୍ୱିଟରରେ @lov4itzy ନାମକ ଆକାଉଣ୍ଟରୁ ଭିଡିଓ ସେୟାର କରାଯାଇଛି। ଭିଡିଓରେ ଏକ ଖାଲି ଅଫିସ ନଜର ଆସୁଛି। ଅଫିସରେ ଜଣେ ଯୁବତୀ ସଫା ସଫି କରୁଛନ୍ତି। ସଫା କଲାବେଳେ ସେ ହଠାତ ଡ୍ୟାନ୍ସ କରିବାକୁ ଲାଗିଥାନ୍ତି। ଯୁବତୀ ଜଣକ ଅଫିସରେ ବୁଲି ବୁଲି ଡ୍ୟାନ୍ସ କରୁଛନ୍ତି। କେତେବେଳେ ସୋଫା ଝାଡିଲା ବେଳେ ଅଣ୍ଟା ହଲେଇ ନାଚୁଛନ୍ତି ତ କେତେବେଳେ ପୋଛିଲା ବେଳେ। ଏମିତି ସେ ବିନ୍ଦାସ ଅନ୍ଦାଜରେ ସଫା କରୁଛନ୍ତି।
ଭିଡିଓରେ ଅଫିସରେ ଯୁବତୀ ଜଣକ ଏକା ହିଁ ନଜର ଆସୁଛନ୍ତି। ଭିଡିଓ ଶେଷରେ ଜଣେ ବ୍ୟକ୍ତି ଅଫିସକୁ ଆସିଛନ୍ତି ଓ ସେ ଯୁବତୀଙ୍କୁ ଡ୍ୟାନ୍ସ କରୁଥିବା ଦେଖି ଦେଇଛନ୍ତି। ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଭିଡିଓ ସେୟାର କରି @ITZYofficial କୁ ଟ୍ୟାଗ କରାଯାଇଛି। @ITZYofficial ଦକ୍ଷିଣ କୋରିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାମ। ୪ ଯୁବତୀଙ୍କ ଏହି ଗ୍ରୁପକୁ ବହୁତ ପସନ୍ଦ କରାଯାଏ।
wp:embed {"url":"https://twitter.com/lov4itzy/status/1467821714352795653","type":"rich","providerNameSlug":"twitter","responsive":true} /wp:embedଭାଇରାଲ ଭିଡିଓକୁ ଟ୍ୱିଟରରେ ଅନେକଥର ରିଟ୍ୱିଟ କରାଯାଇଛି। ଲୋକଙ୍କୁ ଯୁବତୀଙ୍କ ଡ୍ୟାନ୍ସ ମୁଭ ବହୁତ ପସନ୍ଦ ଆସିଛି। ଯୁବତୀ ଜଣକ ସତରେ ବହୁତ ଭଲ ଡ୍ୟାନ୍ସ କରିଛନ୍ତି।