ଚୁଲିରେ ନିଆଁ ଲଗାଇବା ବେଳେ ଅଘଟଣ, ନିଆଁରେ ପୋଡି ଯୁବତୀ ଗୁରୁତର

Published By : Prameya-News7 Bureau | November 10, 2021 IST

ଦେବଗଡ ୧୦।୧୧: ଦେବଗଡ ସହର ୯ ନମ୍ବର ୱାର୍ଡ ମିରିଗିଡିଆ ସାହିରେ ନିଆଁରେ ପୋଡି ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲା ରାଣ୍ଟୋ ବୀରକେରା ଗ୍ରାମର ବୁଧୁଆ ଲୁଗୁନଙ୍କ ୨୧ ବର୍ଷ ବୟସ୍କା ଝିଅ ଲକ୍ଷ୍ମୀ ଲୁଗୁନ ।

ତେବେ ଲକ୍ଷ୍ମୀ ଦୀପାବଳି ଉତ୍ସବ ପାଳନ ପାଇଁ ଦେବଗଡ ନିଜ ନାନୀ ଓ ଭିଣୋଇ ଘରକୁ ଆସିଥିଲେ । ବୁଧବାର ସେ ନିଜ ଗ୍ରାମକୁ ଫେରିବାର ଥିବାବେଳେ ଭୋର ୫ଟାରୁ କାଠ ଚୁଲିରେ ନିଆଁ ଲଗାଉଥିଲେ । ହଠାତ ନିଆଁ ତାଙ୍କ ପଲିଷ୍ଟର ପୋଷାକରେ ଲାଗିଯାଇଥିଲା । ଫଳରେ ତାଙ୍କ ଶରୀରର ସମ୍ମୁଖ ଭାଗ, ମୁହଁ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି । ପରିବାର ପକ୍ଷରୁ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.