ପ୍ରେମ, ଶାରିରୀକ ସମ୍ପର୍କ ଓ ଅଶ୍ଳୀଳ ଭିଡିଓ ସୁଟିଂ ପରେ ପଇସା ପାଇଁ ଏବେ ବ୍ଲାକମେଲିଂ କରୁଛି ବଏଫ୍ରେଣ୍ଡ
31/10/2019 at 5:39 PM

କଟକ୩୧|୧୦: ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କରଖିବା ସହ ସେହି ଅନ୍ତରଙ୍ଗ ମୁହୁର୍ତ୍ତର ଫୋଟ ଭାଇରାଲ ନେଇ ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଅଞ୍ଚଳର ଜଣେ କେଲଜ ଛାତ୍ରୀ ।

ଯୁବତୀ ଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ଲଳିତ ନାରାୟଣ ପଟ୍ଟନାୟକ ନାମକ ଜଣେ ଯୁବକ ଙ୍କ ସହ ପରିଚୟ ହୋଇଥିଲା । ପରବର୍ତ୍ତି ସମୟରେ ଲଳିତ ତାଙ୍କ ସହ ବଳ ପୂର୍ବକ ଶାରିରୀକ ସମ୍ପର୍କ ରଖିବା ସହ ଧମକାଇ ନିଜ ମୋବାଇଲରେ ଯୁବତୀ ଙ୍କ ଅଶ୍ଲୀଳ ଫଟୋ ଉଠାଇଥିଲା ।

ତେବେ ପରବର୍ତ୍ତି ମୁହୁର୍ତ୍ତରେ ଯୁବତୀ ଙ୍କୁ ବ୍ଲାକମେଲ କରି ଟଙ୍କା ନେଇଥିଲା । ତେବେ ଯୁବତୀ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ଅଶ୍ଲୀଳ ଫଟୋ କୁ ବିଭିନ୍ନ ମୋବାଇଲରେ ଭାଇରାଲ କରିଥିବା ନେଇ ଯୁବତୀ ଅଭିଯୋଗ ଆଣିଛନ୍ତି ।

ଏହି ଅଭିଯୋଗକୁ ନେଇ ଯୁବତୀ ମାହାଙ୍ଗା ଥାନା ରେ ଅଭିଯୋଗ କରିଥିଲେ । ହେଲେ ଥାନାରୁ କୌଣସି ସୁଫଳ ନ ମିଳିବାରୁ ଆଜି କଟକ ସାଇବର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ପିଡିତା ।