"ମୋ ମରିବା ପାଇଁ ଅକ୍ଷୟ ଦାୟୀ, ମୁଁ ମଲା ପରେ ତାକୁ ଜମା ଛାଡ଼ିବନାହିଁ", ପାପୁଲିରେ ସୁଇସାଈଡ଼ ନୋଟ ଲେଖି ମରିଗଲା ରାଗିଣୀ

Published By : Prameya-News7 Bureau | November 23, 2018 IST

ସୁରଜପୁର ୨୩/୧୧ : ଛତିଶଗଡ଼ର ସୁରଜପୁର ଅନ୍ତର୍ଗତ ଭଟ୍ଟ ଗାଁରେ ଏକ ଅଭବନୀୟ ଘଟଣା ଘଟିଛି | ଜଣେ ଛାତ୍ରୀ ନିଜ ପ୍ରକୋଷ୍ଠରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି | ଛାତ୍ରୀ ଜଣକ ନିଜ ହାତ ପାପୁଲିରେ ସୁଇସାଈଡ଼ ନୋଟ ଲେଖିଛନ୍ତି | ତାଙ୍କ ମୃତ୍ୟୁ ପାଇଁ ଅକ୍ଷୟ ଦାୟୀ ବୋଲି ସେ ଲେଖିବା ସହ ଅକ୍ଷୟକୁ ଦଣ୍ଡ ଦେବା ପାଇଁ ମଧ୍ୟ କହିଛନ୍ତି | ସୂଚନାଯୋଗ୍ୟ ଯେ, ଭଟ୍ଟ ଗାଁର ୧୯ ବର୍ଷ ବୟସ୍କା ରାଗିଣୀ ସିଂହ ଏବଂ ସେହି ଗ୍ରାମର ଅକ୍ଷୟ ସିଂହଙ୍କ ମଧ୍ୟରେ ପ୍ରେମ ଚାଲିଥିଲା | ଉଭୟ ଗୋଟିଏ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ପ୍ରେମକୁ ନେଇ କୌଣସି ଆପତ୍ତି ମଧ୍ୟ ନଥିଲା | ବନ୍ଧୁ, ପରିବାର ଓ ପରିଜନ ଏହି ପ୍ରେମକୁ ଗ୍ରହଣ କରିନେବା ସହ ଦୁହିଁଙ୍କ ବିବାହ ପାଇଁ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ | କିଛି ଦିନ ପରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଥାନ୍ତା | ତେବେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଫୋନରେ ଚାଟିଙ୍ଗ ସିଜାଳିଥିଲା | ଚାଟିଙ୍ଗ ବେଳେ କୌଣସି ଏକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ପରେ ଝଗଡା ମଧ୍ୟ ହୋଇଥିଲା | ଏହି ଝଗଡା କାରଣରୁ ଅକ୍ଷୟ ସିଂହ ବିବାହ କରିବେ ନାହିଁ ବୋଲି ରୋକଠୋକ ରାଗିଣୀଙ୍କୁ ଜଣାଇଦେଇଥିଲେ | ଏଥିରେ କ୍ଷୁବ୍ଧ ହୋଇ ରାଗିଣୀ ନିଜ ପ୍ରକୋଷ୍ଠ ମଧ୍ୟରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ | ତେବେ ଏହା କରିବା ପୂର୍ବରୁ ନିଜ ହାତ ପାପୁଲିରେ ପେଁ ସାହାଯ୍ୟରେ ସୁଇସାଈଡ଼ ନୋଟ ଲେଖିଥିଲେ | ସୁଇସାଈଡ଼ ନୋଟରେ ଲେଖିଥିଲେ ଯେ, "ମେରୀ ମରନେ କି ବଜହ ଅକ୍ଷୟ ହେ, ମେରେ ମରନେ କେ ବାଦ ଉସକୋ ମତ ଛୋଡନା ପ୍ଲିଜ |" ପରିବାର ଲୋକେ ଖବର ପାଇବା ପରେ ରାଗିଣୀକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.