ବ୍ରିଜ୍ ଉପରୁ ପାଣିକୁ ଡେଇଁ ପଡିଲେ ଯୁବତୀ : ଅଧ କିଲୋମିଟର ଦୂରରେ ହେଲେ ଉଦ୍ଧାର, ବୁର୍ଲା ଡାକ୍ତରଖାନାରେ ହେଲା ମୃତ୍ୟୁ

Published By : Prameya-News7 Bureau | May 31, 2019 IST

ସମ୍ବଲପୁର ୩୧|୫: ବୁର୍ଲା ଥାନା ଅନ୍ତର୍ଗତ ବୁର୍ଲା କେନାଲ ବ୍ରିଜ ଉପରୁ ଡେଇଁ ପଡିଲା ଯୁବତୀ । ଯୁବତୀ ଜଣକ ବ୍ରିଜ ଉପରୁ ଡେଇଁ ପଡିଥିବାବେଳେ ପ୍ରାୟ ଅଧ କିଲୋମିଟର ଦୂର ବିଷ୍ଣୁ ମନ୍ଦିର ପଡା ଶ୍ମସାନ ଘାଟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ମୃତ ଯୁବତୀ ଜଣକ ବୁର୍ଲା ଗାନ୍ଧୀ ପଡାର ମଧୁ ବାରିକ ।ମଧୁ କେଉଁ କାରଣରୁ ବ୍ରିଜ ଉପରୁ ଡେଇଁ ପଡିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବୁର୍ଲା ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଜ।ରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.