ଶ୍ୟାମଳ ବର୍ଣ୍ଣ ଯୋଗୁଁ ହୋଇପାରୁନଥିଲା ବାହାଘର : ଆତ୍ମହତ୍ୟା କଲେ ଯୁବତୀ

Published By : Prameya-News7 Bureau | March 11, 2019 IST

ରାଞ୍ଚି ୧୧/୩ : ଝାରଖଣ୍ଡ ଦୁମକାରେ ଜଣେ ୨୦ ବର୍ଷ ବୟସ୍କା ଯୁବତୀ ନିଜ ଶରୀରର ରଙ୍ଗକୁ ନେଇ ଆତ୍ମହତ୍ୟା କରିଛନ୍ତି | ଯୁବତୀଙ୍କ ରଙ୍ଗ ଶ୍ୟାମଳ | ଯୁବତୀ ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିଲେ | ଯେତେବେଳେ ଯୁବତୀଙ୍କ ବାପା ତାଙ୍କୁ ଆତ୍ମହତ୍ୟା କରିଥିବା ଦେଖିଥିଲେ ସେତେବେଳେ ତାଙ୍କର ହୃଦଘାତ ହୋଇଥିଲା |


ଘଟଣା ଦୁମକା ଶିବ ପାହାଡ ଅଂଚଳର | ଅଶୋକ ରଜକଙ୍କ ୨୦ ବର୍ଷ ବୟସ୍କା ଝିଅ ଶ୍ଵେତା କୁମାରୀ ନିଜ ଶ୍ୟାମଳ ବର୍ଣ୍ଣ ପାଇଁ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି | ୨/୩ ଥର ତାଙ୍କ ବିବାହ ପ୍ରସ୍ତାବ ଆସି ଭାଙ୍ଗି ଯାଇଥିଲା | ଶ୍ୟାମଳ ରଙ୍ଗ ପାଇଁ ସମସ୍ତେ ବିବାହ ପାଇଁ ମନା କରିଦେଇଥିଲେ |


ଘରେ କେହି ନଥିବାବେଳେ ଶ୍ଵେତା ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ | ସେତେବେଳେ ଶ୍ଵେତାଙ୍କ ବାପା କାମରେ ବାହାରକୁ ଯାଇଥିଲେ | ସେ ଘରକୁ ଫେରି ଦେଖିଲେ କବାଟ ଭିତରପଟୁ ବନ୍ଦ ଅଛି | ସେ ବହୁତ ଡାକିଲା ପରେ ମଧ୍ୟ ଶ୍ଵେତା କବାଟ ଖୋଲିନଥିଲେ | ଶେଷରେ ସେ କବାଟ ଭାଙ୍ଗି ଦେଇଥିଲେ | କବାଟ ଖୋଲି ଦେଖିଲାବେଳେ ଶ୍ଵେତା ଫାଶୀରେ ଝୁଲୁଥିଲେ | ଝିଅର ଝୁଲନ୍ତା ମୃତଦେହ ଦେଖି ବାପାଙ୍କୁ ହୃଦଘାତ ଆସିଥିଲା | ତାଙ୍କ ସମ୍ପର୍କୀୟ ତାଙ୍କୁ ତତକ୍ଷଣାତ ଦୁମକା ହସ୍ପିଟାଲ ନେଇଯାଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଶ୍ଵେତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.