ମା ରୋଷେଇ କରିବାକୁ କହିବାରୁ ଝିଅ କଲା ଆତ୍ମହତ୍ୟା

Published By : Prameya-News7 Bureau | October 28, 2018 IST

ବାଙ୍ଗାଲୋର ୨୮/୧୦ : ଗତ ଶୁକ୍ରବାର ବାଙ୍ଗାଲୋରରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା | ବାଙ୍ଗାଲୋର ପରଂଗୀପାଲୟା ରେ ଜଣେ ୧୫ ବର୍ଷ ବୟସ୍କା ଝିଅ ଆତ୍ମହତ୍ୟା କରିଛି | ମୃତକ ଜଣକ ହେଲେ ଶତାବ୍ଦୀ ଦାସ | ସୂଚନାଯୋଗ୍ୟ ଯେ, ଶତାବ୍ଦୀ କିଛି ଦିନ ପୂର୍ବରୁ ନିଜ ପାଠ ପଢା ଛାଡିଦେଇଥିଲେ | ଶୁକ୍ରବାର ଦିନ ଶତାବ୍ଦୀଙ୍କୁ ତାଙ୍କ ମା ଘରଲୋକଙ୍କ ପାଇଁ ରୋଷେଇ କରିବାକୁ କହିଥିଲେ | କିନ୍ତୁ ସେ ରୋଷେଇ କରିବାକୁ ଅରାଜି ହୋଇଥିଲେ | ଶତାବ୍ଦୀଙ୍କ ମା ଲୋକଙ୍କ ଘରେ କାମ କରନ୍ତି | କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ନଥିବାରୁ ସେ କାମ କରିବାକୁ ଯାଉନଥିଲେ | ଡାକ୍ତର ତାଙ୍କୁ ଆରମ୍ଭ କରିବା ପାଇଁ କହିଥିବାରୁ ସେ ଘରେ ଥିଲେ | ତେବେ ଶୁକ୍ରବାର ସକାଳେ ଝିଅକୁ ରୋଷେଇ ପାଇଁ ରୋଷେଇ କହିଥିଲେ | କାରଣ ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ଯିବାରଥିଲା |ଏତିକି କହି ତାଙ୍କ ମା ଚିକିତ୍ସା ପାଇଁ ଡାକ୍ତରଖାନା ପଳେଇଥିଲେ | ମା ଗଲା ପରେ ଝିଅ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲା | କିଛି ସମୟ ପରେ ଶତାବ୍ଦୀର ବାପା ନୂତନ ଦାସ ଘରକୁ ଫେରି ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଲେ | ସେ ସଂଗେ ସାଙ୍ଗ ପାଖ ପଡୋଶୀଙ୍କୁ ଏନେଇ ଖବର ଦେଇଥିଲେ | ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ | ହୋଶୂର ଶାରଜାପୁର ରୋଡ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଚି | ତେବେ ପୋଲିସ ଘଟଣାସ୍ଥଳରୁ କୌଣସି ସୂଈସାଇଡ ନୋଟ ପାଇନଥିବା କହିଛି | ପୋଲିସ ସୂଚନା ଅନୁଯାୟୀ ଶତାବ୍ଦୀଙ୍କ ପରିବାର ଆସାମରୁ ଆସି ବାଙ୍ଗାଲୋରରେ ରହୁଥିଲେ | ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.