ଅପହରଣ ପରେ ତିନି ଦିନ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ, ଆତ୍ମହତ୍ୟା କଲେ ଯୁବତୀ

Published By : Prameya-News7 Bureau | December 08, 2019 IST

କାନପୁର ୮।୧୨: ଉତ୍ତରପ୍ରଦେଶ କାନପୁରରେ ଜଣେ ଯୁବତୀ ନିଜ ସଂପର୍କୀୟଙ୍କ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଯୁବତୀଙ୍କୁ ଅପହରଣ କରି ନେବା ପରେ ତିନି ଜଣ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୬ ତାରିଖରେ ଯୁବତୀଙ୍କ ଅପହରଣ ହୋଇଥିଲା । ଯୁବତୀଙ୍କ ଜଣେ ସଂପର୍କୀୟ କହିଥିଲେ ଯେ, ଯୁବତୀଙ୍କୁ ତିନି ହେବ ଅପହରଣ କରିନେଇଥିଲେ ତିନି ଯୁବକ । ଗୋଟିଏ ବନ୍ଦ ଘରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ କରିଥିଲେ । ଘଟଣା ପରେ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅକୁ ତିନି ଜଣ ଯୁବକ ଅପହରଣ କରି ନେଇଥିଲେ । ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅପହରଣର ତିନି ଦିନ ପରେ ଯୁବତୀ ଘରକୁ ଫେରିଆସିଥିଲେ ।

ତେବେ ଯୁବତୀ ଜଣଙ୍କ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବତୀଙ୍କ ଆତ୍ମହତ୍ୟା ପରେ ସନ୍ନି ନାମକ ଜଣେ ଯୁବକ ଘରୁ ଫେରାର ହୋଇଯାଇଥିଲା । ପୋଲିସ ସନ୍ନି ସହ ତା ଦାଦାକୁ ମଧ୍ୟ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.