ମୋବାଇଲରେ ଭିଡିଓ ଦେଖିବାକୁ ମନାକରିବାରୁ ଯୁବତୀ କଲେ ଆତ୍ମହତ୍ୟା

Published By : Prameya-News7 Bureau | January 17, 2019 IST

ମୁମ୍ବାଇ ୧୭|୧:  ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲରେ ଦିନସାରା ଭିଡିଓ ଦେଖିବାକୁ ମନାକରିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଦେଇଛନ୍ତି । ମାଙ୍କ ଆକଟ ଶୁଣି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବତୀଙ୍କୁ ତାଙ୍କ ମା ମୋବାଇଲରେ ଦିନସାରା ଭିଡିଓ ଦେଖିବାକୁ ବାରଣ କରିବା ପରେ ହିଁ ସେ ଆତ୍ମହତ୍ୟା କରିଛନ୍ତି । ଯୁବତୀ ଜଣଙ୍କ ନିଜ ଘର ବାଥରୁମରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ପରେ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସର ସୂଚନା ଅନୁସାରେ ମୁମ୍ବାଇ ଭୋଇଓ୍ବାଡାରେ ରହୁଥିବା ସଂପୃକ୍ତ ଯୁବତୀ ଗତ ତିନି ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସଂପର୍କୀୟଙ୍କ କହିବା ଅନୁସାରେ ଯୁବତୀଙ୍କ ମା ତାଙ୍କୁ ଦିନସାରା ମୋବାଇଲ ବ୍ୟବହାର କରିବା ପାଇଁ ମନାକରିଥିଲେ । ଏହି କଥାକୁ ନେଇ ତାଙ୍କ ମା ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ । ଯାହା ଫଳରେ ଯୁବତୀ ଜଣଙ୍କ ନିଜକୁ ଘରର ବାଥରୁମରେ ବନ୍ଦ କରିଦେଇଥିଲେ । ଯେତେବେଳେ ଯୁବତୀ ଜଣଙ୍କ ବହୁତ ସମୟ ହେବ ବାଥରୁମରୁ ବାହାରକୁ ଆସିନଥିଲେ ସେତେବେଳେ ଘରଲୋକଙ୍କୁ ସନ୍ଦେହ ହୋଇଥିଲା । ଫଳରେ ସେମାନs ବାଥରୁମର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଭିତରକୁ ଯାଇ ଦେଖିଲେ ଯେ ଯୁବତୀ ଜଣଙ୍କ ବାଥରୁମର ଛାତରେ ଝୁଲିଥିଲେ । ଏହା ପରେ ପରିବାରଲୋକ ତୁରନ୍ତ ଯୁବତୀଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ତିନି ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା । ତାପରେ ଯୁବତୀଙ୍କର ମୃତ୍ୟୁ ହୋଇଯାଇଛି । ଯୁବତୀଙ୍କ ମୃତ୍ୟୁକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.