ମୁଣ୍ଡୁଳି ବ୍ରିଜ୍ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ! ପିନ୍ଧିଛନ୍ତି ୟୁନିଫର୍ମ

Published By : Prameya-News7 Bureau | February 23, 2019 IST

ବାରଙ୍ଗ୨୩|୨: କଟକ ମୁଣ୍ଡୁଳି ବ୍ରିଜ ଉପରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଯୁବତୀଙ୍କ ନାଁ ପୁଷ୍ପିତା ବେହେରା । ଭୁବନେଶ୍ବର ନୟାପଲ୍ଲୀ ଅଂଚଳରେ ରହୁଥିବା ରଂଜନ ବେହେରାଙ୍କ ଝିଅ ବୋଲି ଜଣାପଡିଛି । ଆଜି ସଂଧ୍ୟା ପ୍ରାୟ ୭ଟା ବେଳକୁ ଏହି ଘଟଣା ଘଟିଛି । ଯୁବତୀ ଅଦ୍ବିତୀୟ ଏକାଡେମୀରେ ପଢୁଥିବା ତାଙ୍କ ପରିଚୟ ପତ୍ରରୁ ଜଣାପଡିଛି । ସେ ୟୁନିଫର୍ମ  ମଧ୍ୟ ପିନ୍ଧିଛନ୍ତି । ତେଣୁ ସିଧାସଳଖ ସେ କ୍ଲାସ ପରେ ଏଠାକୁ ଆସିଥିବା ଅନୁମାନ କରାଯାଉଛି ।

{"id":88055}

ସୂଚନାଯୋଗ୍ୟ ଯେ, ସଂଧ୍ୟା ୭ଟା ବେଳକୁ ମୁଣ୍ଡୁଳି ବ୍ରିଜ ଉପରେ ଏକ ଚପଲ ଓ ବ୍ୟାଗ୍‌ ଥିବା ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ପଣି ଭିତରେ ଖୋଜା ଖୋଜି କରିବା ପରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଇଛି ।

{"id":88056}

ତେବେ ଭୁବନେଶ୍ବର ନୟାପଲ୍ଲୀ ଅଂଚଳର ଯୁବତୀ ମୁଣ୍ଡୁଳିରେ କିଭଳି ପହଂଚିଲେ ଏବଂ ତାଙ୍କ ସହିତ ଆଉ କିଏ ଥିଲେ କି ନାହିଁ ଏ ସମସ୍ତ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିଛି ।କେବଳ ସେତିକି ନୁହେଁ ଏହା ହତ୍ୟା ନା ଆତ୍ମହତ୍ୟା ସେ ଦିଗରେ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.