ପ୍ରତିଯୋଗିତାରେ ଟପ୍ପର ହେବାକୁ ଚେଷ୍ଟା କରୁଥିଲେ, ଗଳାରେ ଅଟକିଗଲା ହଟଡଗ୍, ଚାଳିଗଲା ଜୀବନ

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨/୧୦: ଆମେରିକାର ଜଣେ ୨୦ ବର୍ଷର ଝିଅ ମ୍ୟାଡିଙ୍କର ହଟଡଗ୍ ଖାଇ ମୃତ୍ୟୁ ହୋଇଛି। ମ୍ୟାଡି ତାଙ୍କ ୟୁନିଭର୍ସିଟି କ୍ୟାମ୍ପସ୍ ବାହାରେ ଏକ ହଟଡଗ୍ ଖାଇବା ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏହି ସମୟରେ, ହଟଡଗ୍ ତାଙ୍କ ଗଳାରେ ଫସି ଯିବାରୁ ତାଙ୍କ ଗଳା ଚାପି ହୋଇଯାଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି।

ମ୍ୟାଡି ଟଫ୍ଟସ ୟୁନିଭରସିଟିର ଛାତ୍ରୀ ଥିଲେ ଏବଂ କ୍ୟାମ୍ପସରେ ସେ ବହୁତ ଲୋକପ୍ରିୟ ଥିଲେ। ଦୁର୍ଘଟଣାର କିଛି ସମୟ ପରେ ତାଙ୍କୁ ବୋଷ୍ଟନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ମ୍ୟାଡିଙ୍କ ଜୀବନ ରକ୍ଷା କରି ପାରିଲେ ନାହିଁ। ଦୁର୍ଘଟଣାର ପରଦିନ ତାଙ୍କର ମୃତ୍ୟୁ ଘଟିଲା। ଏହି ଦଃଖଦ ଦୁର୍ଘଟଣା ପରେ ମ୍ୟାଡିଙ୍କ ପରିବାର ସମେତ ତାଙ୍କୁ ଜାଣିଥିବା ସମସ୍ତ ଲୋକ ସ୍ତବ୍ଧ ହୋଇଯାଇଛନ୍ତି।

ମ୍ୟାଡି ୟୁନିଭର୍ସିଟିରେ ବହୁତ ଫେମସ୍ ଥିଲେ, କାରଣ ସେ ଜଣେ ମହାନ୍ ଲାକ୍ରୋସ୍ ଖେଳାଳି ଥିଲେ। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କର No.୨ ଜର୍ସି ରଖି ତାଙ୍କୁ ମନେ ପକାଇଛନ୍ତି। ଦୁର୍ଘଟଣା ପରେ ସମସ୍ତ ସହପାଠୀମାନେ ମ୍ୟାଡିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.