ପ୍ରେମ ବିବାହ ପାଇଁ ରାଜି ହେଲାନି ମାଆ, ଜିଦ୍ କରି ହୋର୍ଡିଂ ଉପରେ ଚଢିଗଲା ନାବାଳିକା

Published By : Prameya-News7 Bureau | November 09, 2020 IST

ଇନ୍ଦୋର, ୦୯|୧୧: ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଇନ୍ଦୋରର ପରଦେଶୀପୁରାରେ ଜଣେ ନାବାଳିକା ଏକ ହୋର୍ଡିଂ ଉପରେ ଚଢି ଯାଇଛନ୍ତି । ନାବାଳିକାଜଣଙ୍କ ନିଜ ପ୍ରେମିକକୁ ବିବାହ କରିବା ପାଇଁ ଏପରି କାରନାମ କରିଥିବା ସୂଚନା ମିଳିଛି ।

ନାବାଳିକା ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଏଥିରେ କିନ୍ତୁ ତାଙ୍କ ମାଆ କଣ୍ଟା ସାଜିଥିଲେ । ତାଙ୍କ ମାଆ ଉଭୟଙ୍କ ସମ୍ପର୍କକୁ ନେଇ ଖୁସି ନଥିଲେ । ତେଣୁ ନାବାଳିକାଜଣଙ୍କ ଅସନ୍ତୁଷ୍ଟ ହୋଇ ଏପରି କରିଛନ୍ତି ।

ପରଦେଶୀପୁରା ଥାନା ଅଧିକାରୀ ଅଶୋକ ପଟିଦାର କହିଛନ୍ତି ଯେ, ନାବାଳିକାଜଣଙ୍କ ଜଣେ ଯୁବକକୁ ପ୍ରେମ କରୁଥିଲେ । ଏପରିକି ବିବାହ କରିବାକୁ ଚାହୁଁଥିଲେ । କଥା ନାବଳିକାର ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏହାକୁ ସେମାନେ ବିରୋଧ କରୁଥିଲେ । ଏପରିକି ନାବାଳିକାର ମାଆଙ୍କୁ ଝିଅର ପ୍ରେମ ସମ୍ପର୍କ ପସନ୍ଦ ନଥିଲା । ତେଣୁ ସେ ରାଗି ଯାଇ ଏକ ହୋର୍ଡିଂ ଉପରେ ଚଢିଯାଇଥିଲେ । ପରେ ପ୍ରେମିକ କହିବା ପରେ ଯାଇ ସେ ଓହ୍ଲାଇଥିଲେ । ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.