୩ ଆଖି ବିଶିଷ୍ଟ ଶିଶୁ କନ୍ୟା, ସୋସିଆଲ୍ ମିଡିଆରେ ଭିଡିଓ ହେଉଛି ଭାଇରାଲ୍

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ, ୧୬|୦୭: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଗୋଟିଏ କନ୍ୟା ଶିଶୁର ତିନୋଟି ଆଖି ଥିବା ଦେଖିବାକୁ ମିଳିଛି । ଜର୍ମାନୀରେ ଏହି ଶିଶୁ କନ୍ୟାଟି ଜନ୍ମ ହୋଇଥିବା କୁହାଯାଉଛି ।

କିଛି ୟୁଜର ଏହାକୁ ଫେକ୍ ବୋଲି କହୁଛନ୍ତି । ତେବେ ଆଉ କିଛି ଏହାକୁ ଚମତ୍କାର ବୋଲି ମଧ୍ୟ କହୁଛନ୍ତି । ତେବେ ଏହି ଭିଡିଓକୁ ଧ୍ୟାନ ସହକାରେ ଦେଖିଲେ ସମ୍ପୂର୍ଣ୍ଣ ମାମଲା ବୁଝି ହେବ । ଏହି ୧୧ ସେକେଣ୍ଡର ଭିଡିଓରେ ଶିଶୁଟିର ମାଆ ଓ ବାପା ତାକୁ ଡାକୁଛନ୍ତି । ଶିଶୁଟି ଇଆଡେ ସିଆଡେ ଅନାଉଛି ।

wp:html /wp:html

ତେବେ ଏହି ଭିଡିଓକୁ ଏଡିଟ୍ କରାଯାଇଥିବା କୁହାଯାଉଛି । କେହିକେହି ଏହାକୁ ମିଛ ବୋଲି ମଧ୍ୟ କହୁଛନ୍ତି । କାରଣ ତୃତୀୟ ଆଖିଟି ଶିଶୁଟିର ବାମ ଆଖି ଭଳି ଲାଗୁଛି ।  ଭିଡିଓରୁ ଶିଶୁଟି ୪-୫ ମାସର ହୋଇଥିବା ଲାଗୁଛି । ଏହାକୁ ଦେଖି ଅନେକ ଲୋକ ଚକିତ ହୋଇଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.