Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସୁରକ୍ଷିତ ଚାଣକ୍ୟପୁରୀ ଅଞ୍ଚଳରେ ବି ଝିଅ ଅସୁରକ୍ଷିତ, ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦୂତାବାସ ଡ୍ରାଇଭର ଗିରଫ

5/02/2020 at 10:00 PM

ନୂଆଦିଲ୍ଲୀ ୫।୪: ଚାଣକ୍ୟପୁରୀସ୍ଥିତ ବୈଦେଶିକ ଦୂତାବାସ କ୍ୱାର୍ଟରର ସର୍ଭେଣ୍ଟ ସେଡରୁ ପୋଲିସ ଜଣେ ବାହନ ଚାଳକକୁ ଗିରଫ କରିଛି। ଦେଶର ଅତ୍ୟନ୍ତ ସୁରକ୍ଷିତ ଦୂତାବାସ ଅଞ୍ଚଳର ଏକ ଘରେ ଡ୍ରାଇଭର ଏକ ୫ ବର୍ଷର ନାବାଳିକା ପ୍ରତି ଦୁଷ୍କର୍ମ କରିଥିବାର ତା ମା ଚାଣକ୍ୟପୁରୀ ପୋଲିସରେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି। ଡିସିପି ଐସ ସିଙ୍ଘଲ ଗଣମାଧ୍ୟମକୁ  ଏହି ସୂଚନା ଦେଇଛନ୍ତି। 

ଶନିବାର ସକାଳେ ଝିଅଟି ଅଭିଯୁକ୍ତର ଘର ଆଗରେ ଖେଳୁଥିବା ବେଳେ ସେ ତାକୁ ଉଠାଇ ନେଇ ତା ପ୍ରତି ଅତ୍ୟାଚାର କରିଥିଲା। ଝିଅଟି ଖଣ୍ଡିଆ ଖାବରା ହୋଇ ଘରକୁ ଫେରିବାରୁ ତା ମା ତାକୁ ଘଟଣାନେଇ ପଚାରିବାରୁ ସେ ସବୁ କହିଦେଇଥିଲା।   ପ୍ରଥମେ ମା ତାକୁ ନିକଟସ୍ଥ କ୍ଲିନିକ୍ ରେ ଚିକିତ୍ସା କରାଇବା ପରେ ରବିବାର ପୋଲିସରେ ଅଭିଯୋଗ କରିଥିଲା । ଯେହେତୁ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲା ପୋଲିସ ଅଭିଯୁକ୍ତକୁ ଖୋଜିବାକୁ ସମୟ ଲାଗିନଥିଲା।

ଗିରଫ ଅଭିଯୁକ୍ତ ଏମ୍ବାସୀ ଅଞ୍ଚଳରେ ପରିବାର ସହ ରହୁଛି। ତା ପିତା ଏମ୍ବାସୀରେ ବାହନ ଚାଳକ ଥିବା ବେଳେ ସେ ମଧ୍ୟ ଡ୍ରାଇଭର ଭାବେ କାର୍ଯ୍ୟ କରୁଛି। ତେବେ ଶନିବାର ପିତା କାମରେ ବାହାରକୁ ଯାଇଥିବା ବେଳେ ମା ସମ୍ପର୍କିୟଙ୍କୁ ଘରକୁ ଯାଇଥିବା ବେଳେ ସେ ଏଭଳି କାଣ୍ଡ କରିଥିଲା ।  ପୋଲିସ ତା ବିରୋଧରେ ପକସୋ ଆଇନରେ ମୋକଦ୍ଦମା ରୁଜୁ କରିବା ସହ ଡାକ୍ତରୀ ମାଇନା କରାଇ ମାମଲାର ତଦନ୍ତ ଜାରି ରଖିଛି।

   Related Posts