ପୁଣି ଅଲୋଡା ଶିଶୁ କନ୍ୟା, ବିଲରୁ ଉଦ୍ଧାର କଲେ ଗ୍ରାମବାସୀ

Published By : Prameya-News7 Bureau | December 17, 2019 IST

ବ୍ରହ୍ମପୁର ୧୭।୧୨: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ବିଲରୁ ଉଦ୍ଧାର ହେଲା ଶିଶୁ କନ୍ୟା । କାନ୍ଦିବାର ଶବ୍ଦ ଶୁଣି ବିଲରୁ ଶିଶୁଟିକୁ ଉଦ୍ଦାର କରି ଗ୍ରାମବାସୀମାନେ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଠାରେ ଛାଡି ଚାଲିଯାଇଛି ତାର ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡିଛି ।

{"id":198730,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ କାଦପଡା ଗାଁ ବିଲରୁ ଉଦ୍ଧାର ହୋଇଛି ଶିଶୁ କନ୍ୟା । ଗାଁ ନିକଟ ବିଲରୁ ଶିଶୁଟିର କାନ୍ଦିବା ଶବ୍ଦ ଗାଁ ଲୋକ ଶୁଣିବାକୁ ପାଇଥିଲେ । ଶିଶୁ କନ୍ୟାଟି ବିଲରେ ପଡି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଗାଁ ଲୋକ ବିଲରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଶିଶୁଟିକୁ ବିଲରୁ ଉଦ୍ଧାର କରି ଗାଁ ଲୋକ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିଶୁଟିର ଚିକିତ୍ସା କରୁଛନ୍ତି । ତେବେ ଶିଶୁ କନ୍ୟାଟିର ଅବସ୍ଥା ଭଲ ଥିବା ସ୍ବାସ୍ଥ୍ୟକେନ୍ଦ୍ର ସୂତ୍ରରୁ ସୂତନା ମିଳିଛି । ତେବେ ଶିଶୁଟିକୁ କିଏ ଏବଂ କାହିଁକି ଏଠାରେ ଫିଙ୍ଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.