ଭଦ୍ରକ୨୪|୧: ଆଜି ବିଶ୍ବ ଶିଶୁକନ୍ୟା ଦିବସ ବା ଗର୍ଲ ଚାଇଲ୍ଡ ଡେ,। ହେଲେ ଶିଶୁକ୍ନ୍ୟାଟିଏ ଜନ୍ମ ହେଲେ ଆଜି ବି ଅଲଗା ଆଖିରେ ଦେଖୁଛି ସମାଜ । କିଏ ଅଭାବ ପାଇଁ , ତ ଆଉ କିଏ ଅପମାନ ପାଇଁ ନବଜାତ ଶିଶୁକୁ ଛାଡି ପଳାଉଛି । ପ୍ରସବ ପରେ ଡାକ୍ତରଖାନାରେ ଛାଡି ଦେଇ ଫେରାର ହୋଇ ଯାଉଛି। ଆମେ କେଉଁ ଉପାନ୍ତ ଅଂଚଳର କଥା କହୁ ନାହୁଁ , ଆମେ କହୁଛୁ ଭଦ୍ରକ ଜିଲ୍ଲାର କଥା । ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଜିଲ୍ଲାର କଥା । ନାବାଳିକା କୁମାରୀ ମାଆ, ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଶିଶୁକନ୍ୟାଟିଏ ଜନ୍ମ ଦେଇ ଛାଡି ଚାଲିଗଲା । ଆଉ ଦୁଇ ଜଣ ମାଆ ଶିଶୁ କନ୍ୟାକୁ ଜନ୍ମ ଦେଇ ଆଶା କର୍ମୀଙ୍କ ହାତକୁ ଟେକି ଦଲେ । ତବେ କାରଣ ଅଭାବ ହେଉ କି ଅପମାନ, ଏଠାରେ ଶିଶୁ ସୂରକ୍ଷା କେମିତି ଚାଲିଛି । ଆଉ ସେହି ଶିଶୁ କନ୍ୟା କେମିତି ଆଉ କେଉଠି ଅଛି ?
{"id":77469}ଦୁଇ ସପ୍ତାହ ତଳେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଜଣେ ନାବାଳିକା କୁମାରୀ ମାଆ କନ୍ୟା ସନ୍ତାନଟିଏ ଜନ୍ମ କଲେ । ଆଉ ଜନ୍ମ ପରେ ନାବାଳିକାର ପରିବାର ଲୋକେ ଶିଶୁକୁ ନେବେ ନାହିଁ ବୋଲି କହି ଘରକୁ ଚାଲିଗଲେ । ନାବାଳିକା ମାଆର ପରିଚୟ ଡାକ୍ତରଖାନାରେ ଅଛି । ଆଉ ସେହି ଶିଶୁକୁ ସିଡବ୍ଲୁସି ନେଇ ଭଦ୍ରକ ସହରର ବାତ୍ସଲ୍ୟରେ ରଖିଛି । ଏବେ ସେହି ଶିଶୁ ମାଆ କ୍ଷୀର ନୁହେଁ, ଡବା କ୍ଷୀର ଖାଇ ବାତ୍ସଲ୍ୟରେ ପଡି ରହିଛି । ମାଆର କୋଳ, ତା ପାଇଁ ସ୍ବପ୍ନ ପାଲଟି ଯାଇଛି ।
{"id":77471}ଗତ ସପ୍ତାହରେ ସେହି ଭଦ୍ରକ ଜିଲ୍ଲା ମୂଖ୍ୟଚିକିତ୍ସାଳୟରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଆଶା କର୍ମୀ ହାତକୁ ଟେକି ଦଲେ । ଆଉ ସେହି ଆଶା କର୍ମୀ ଶିଶୁକୁ କାହାକୁ ଦେଇଥିଲେ । ଚାଇଲ୍ଡ ଲାଇନ ଏହି ଖବର ପାଇ ଶିଶୁକୁ ଆଣି ବାତ୍ସଲ୍ୟରେ ରଖିଛି । ସେହିପରି ତିନି ଦିନ ତଳେ ଆଉ ଏକ ନବଜାତ ଶିଶୁ କନ୍ୟାକୁ ଭଦ୍ରକ ସହରର ବାଗୁରାଇ ହାଇସ୍କୁଲ ପାଖରେ ଜଣେ ବ୍ୟକ୍ତି ନେଇ ତାଙ୍କ ଘରେ ରଖିଛି । ଯାହାର ଖବର ବି ଜିଲ୍ଲା ପ୍ରଶାସନ ପାଖରେ ନଥିଲା । ତବେ ଆଜି ନ୍ୟୁଜ ସେଭେନରେ ଏହି ଖବର ପ୍ରଶାସରଣ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।
{"id":77472}ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଜିଲ୍ଲାରେ ଶିଶୁ କନ୍ୟା ଏଭଳି ରହୁଛନ୍ତି । ଯଦି ଉପକୂଳ ଜିଲ୍ଲାରେ ଏମିତି , ଆଉ ଉପାନ୍ତ ଜିଲ୍ଲାରେ ଶିଶୁକନ୍ୟାଙ୍କ ଅବସ୍ଥା ଥିବ କେମିତି , ତାହା ସହଜରେ ଅନୁମାନ କରିହେଉଛି ।
{"id":77473}