ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବାସଦନରୁ ଛାତ୍ରୀ ଗାଏବ: ବିକ୍ରି ଅଭିଯୋଗ

Published By : Prameya-News7 Bureau | March 11, 2019 IST

ଫୁଲବାଣୀ ୧୧|୩(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବାସଦନରୁ ଛାତ୍ରୀ ଗାଏବ । ଚତୁର୍ଥ ଶ୍ରେଣୀ ଛାତ୍ରୀ ସଳିତା ପ୍ରଧାନ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ସେବା ସଦନ  କର୍ତ୍ତୃପକ୍ଷ  ଛାତ୍ରୀଙ୍କୁ ବିକ୍ରି କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାରବର୍ଗ  । ସଳିତାଙ୍କୁ ଫେରାଇ ଆଣିବାକୁ ତାଙ୍କ ପରିବାର ଏବଂ ଗାଁ ଲୋକେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

{"id":92614}

ସଳିତା ପ୍ରଧାନ । ବାପା-ମା ଛେଉଣ୍ଡ ସଳିତା  କନ୍ଧମାଳ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରହି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା । ମଝିରେ ମଝିରେ ତାଙ୍କ ଦାଦା-ଖୁଡ଼ୀ ସେବା ସଦନ  ଆସି ଝିଆରୀକୁ ଦେଖିବା ସହ ଭଲ ମନ୍ଦ ବୁଝୁଥିଲେ । ଫେବୃୟାରୀ ୨୭ରେ ସଳିତାକୁ ଦେଖିବାକୁ ଯାଇଥିବା ବେଳେ ୱାଡେନ ସେମାନଙ୍କୁ ତଡ଼ି ଦେଇଥିଲା । ସଳିତାଙ୍କ ସଂପର୍କରେ କିଛି ବି ସୂଚନା ଦେଇନଥିଲା । ବାହାରେ ବୁଝୁ ବୁଝୁ କଣ ନା ସେବା ସଦନ କର୍ତ୍ତୃପକ୍ଷ  ସଳିତାକୁ କୋଲକତାର ଏକ ଦମ୍ପତିକୁ ବିକ୍ରି କରିଦେଇଛନ୍ତି ।

{"id":92615}

ଛାତ୍ରୀଙ୍କ ସଂପର୍କୀୟ ଏବଂ ଗାଁ ଲୋକେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜଣାଇବା  ସଳିତାକୁ ଆଣିଦେବାକୁ ନେହୁରା ହୋଇଥିଲେ । ହେଲେ କିଛି ସୁଫଳ ମିଳିଲାନି । ଶେଷରେ ଜି.ଉଦୟଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି ସଳିତାର ଦାଦା-ଖୁଡ଼ୀ । ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି…

{"id":92616}

ସେବା ସଦନରେ ଚାଲୁଛି କଣ ? ସେବା ସଦନ  କର୍ତ୍ତୃପକ୍ଷ ସଳିତାକୁ ବିକ୍ରି କରିଦେବା କଥା ଯଦି ସତ, ତାହାଲେ ସାଂଘାତିକ ନିଶ୍ଚିତ । ଏଭଳି ଘଟଣା ପଛରେ କିଛି ର୍ୟାକେଟ୍ ନାହିଁ ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.