Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ପୁଣି ଅଲୋଡା ହେଲା ଶିଶୁ କନ୍ୟା, ସୋର ଡାକ୍ତରଖାନା ପରିସରରେ କୁକୁର ଖାଉଥିବା ମୃତ ଶିଶୁ ଭୃଣ ଉଦ୍ଧାର

6/06/2019 at 7:50 AM

ସୋର ୬|୬: ପୁଣି ଶିଶୁ କନ୍ୟା ହେଲା ଅଲୋଡ। ସରକାରଙ୍କ ବେଟି ପଢାଓ ବେଟି ବଚାଓ ଯୋଜନା ଫେଲ୍ ମାରିଲା। ସରକାର ଯୋଜନା ପରେ ଯୋଜନା, ସଚେତନତା ସବୁ ଫେଲ୍ ମାରିଛି । ସୋର ଡାକ୍ତରଖାନା ପରିସରରେ ଏକ ମୃତ ଶିଶୁ କନ୍ୟା ଭୃଣ ପଡିଥିବାର ଲୋକେ ଦେଖି ପୁଲିସ ଓ ଡାକ୍ତରଖାନାକୁ ଖବର ଦେଇଥିଲେ । ପରେ ମୃତ ଶିଶୁ ଭୃଣ କନ୍ୟାକୁ ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।  

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନା ସମ୍ମୁଖରୁ କୁକୁର ଶିଶୁ ଭୃଣର ଗୋଟିଏ ଗୋଡକୁ ଖାଉଥିବାର ଲୋକେ ଦେଖିଥିଲେ । ପରେ ଡାକ୍ତରଖାନାକୁ ଖବର ଦେଇଥିଲେ । ଶିଶୁ ଦୀର୍ଘ ସମୟ ଧରି ପଡିଥିଲେ ବି ପୁଲିସ ନଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ ଶିଶୁ ଭୃଣ କନ୍ୟାକୁ ଉଦ୍ଧାର କରିନଥିଲେ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସୋର  ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଡାକ୍ତରଖାନା କର୍ତ୍ତୃପକ୍ଷ ଗତ ୧୫ ଦିନ ହେଲା ଡାକ୍ତରଖାନାରେ ପ୍ରସବ ହୋଇନଥିବା ପ୍ରକାଶ କରିଛନ୍ତି । ତେବେ ଏହି କନ୍ୟା ଭୃଣଟି କେଉଁଆଡୁ ଆସିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts