Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ କରି ସାଙ୍ଗକୁ ବିବାହ କଲେ : ଘରଲୋକେ ରାଜି ନହେବାରୁ ଥାନାର ଦ୍ୱାରସ୍ଥ ହେଲେ

6/01/2019 at 2:57 PM

ଦାଦରୀ ୬/୧ : ହରିୟାଣା ଚରଖୀ ଦାଦରୀ ଅଂଚଳରେ ଗୋଟିଏ କଲୋନୀରେ ରହୁଥିବା ଦୁଇ ଯୁବତୀ ବିବାହ କରିଛନ୍ତି | ଏକାଦଶ ଶ୍ରେଣୀରେ ପଢୁଥିବାବେଳେ ଉଭୟଙ୍କୁ ପରସ୍ପର ସହ ପ୍ରେମ ହୋଇଯାଇଥିଲା | ସେତେବେଳେ ଦୁଇଜଣ ନାବାଳିକା ଥିଲେ | ତେଣୁ ଉଭୟ ବୟସ ହେବା ଯାଏଁ ଅପେକ୍ଷା କଲେ | ବିବାହ ବୟସ ହେବାପରେ ଦୁଇଜଣଙ୍କ ମଧ୍ୟରୁ ଜଣେ ୧୦ ଲକ୍ଷ ଟଙ୍କା କରଜ କରି ଲିଙ୍ଗ ପରିବର୍ତ୍ତନ କରିଥିଲେ | ଏହାପରେ ସେମାନେ ଆର୍ଯ୍ୟ ସମାଜ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ | ତେବେ ଉଭୟଙ୍କ ବିବାହକୁ ପରିବାରଲୋକେ ସମସ୍ଥନ ଜଣାଇନଥିଲେ | ଘରଲୋକେ ଉଭୟଙ୍କ ସାକ୍ଷାତ କରିବାରୁ ବାରଣ କରୁଥିଲେ | ଫଳରେ ମାମଲା ଥାନାରେ ପହଞ୍ଚିଥିଲା |


ସୂଚନାଯୋଗ୍ୟ ଯେ, ଦାଦରୀ ଅଂଚଳର ଏହି ଦୁଇ ଜଣ ପିଲାବେଳୁ ହିଁ ଭଲ ସାଙ୍ଗ ଥିଲେ | ଗୋଟିଏ ସ୍କୁଲ ଓ ପରେ ଗୋଟିଏ କଲେଜରେ ପାଠ ପଢିଲେ | ଉଭୟ ମଧ୍ୟରେ ସମ୍ପର୍କ ଏତେ ଗଭୀର ହୋଇଗଲା ଯେ, ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ | ତେବେ ସମଲିଙ୍ଗୀ ହୋଇଥିବା କାରଣରୁ ଘରଲୋକେ ରାଜି ହେବେନାହିଁ ବୋଲି ଜଣେ ଲିଙ୍ଗ ମଧ୍ୟ ପରିବର୍ତ୍ତନ କଲେ | ଏଥିପାଇଁ ଘରଲୋକେ ରାଜି ମଧ୍ୟ ହୋଇଥିଲେ | ତେବେ ଲିଙ୍ଗ ପରିବର୍ତ୍ତନ ପରେ ଉଭୟ ବିବାହ କରିପାରିନଥିଲେ | କାରଣ ଜଣକୁ ୧୮ ବର୍ଷ ହୋଇଯାଇଥିଲା କିନ୍ତୁ ଯିଏ ଅପରେସନ କରିଥିଲେ ତାଙ୍କ ବୟସ ୨୦ ବର୍ଷ ଥିଲା | ଆଇନ ଅନୁଯାୟୀ ତାଙ୍କୁ ୨୧ ବର୍ଷ ହେଲେ ହିଁ ସେ ବିବାହ କରିପାରିବେ |


ନିର୍ଦ୍ଧାରିତ ବୟସ ହେବାପରେ ଉଭୟ ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀ ସ୍ଥିତ ଆର୍ଯ୍ୟ ମନ୍ଦିରରେ ବିବାହ କରିଥିଲେ | ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ଯୁବତୀଙ୍କୁ ଘରୁ ବାହାରକୁ ଛାଡିଲେନାହିଁ | ଉଭୟ ବଡ କଷ୍ଟରେ ଲୁଚିଛପି ଦେଖା ସାକ୍ଷାତ କଲେ | ତେବେ ସ୍ୱାମୀ ଥାନାରେ ଅଭିଯୋଗ କରିଛି ଯେ, ଗତ ଡିସେମ୍ବର ୧୯ ତାରିଖରୁ ସେ ନିଜ ସ୍ତ୍ରୀ ସହ କଥାହୋଇନାହାନ୍ତି | ଥାନାରେ ଏତଲା ପରେ ମାମଲା ସାମ୍ନାକୁ ଆସିଥିଲା | ଉଭୟଙ୍କ ପରିବାର ଲୋକେ ଥାନାରେ ପହଂଚିଥିଲେ | ତେବେ ଥାନାରେ ଯୁବକ କହିଥିଲେ ଯେ, ଲିଙ୍ଗ ପରିବର୍ତ୍ତନ ପାଇଁ ସେ ୧୦ ଲକ୍ଷ ଟଙ୍କା କରଜ କରି ଅପରେସନ କରିଥିଲେ | କାରଣ ତାଙ୍କ ବାପା ମାଙ୍କ ପାଖରେ ଏତେ ଟଙ୍କା ନଥିଲା | ତେବେ ଆଉ ଗୋଟିଏ ଶେଷ ଅପରେସନ ବାକି ଅଛି ବୋଲି ସେ କହିଥିଲେ | ଏହାକୁ ନେଇ ଉଭୟ ବାର ପକ୍ଷ ଏବଂ କନ୍ୟା ପକ୍ଷ ପରସ୍ପର ମଧ୍ୟରେ ଝଗଡା କରିଥିଲେ | ପୋଲିସ ମାମଲାର ସମାଧାନ କରିବା ପାଇଁ ଚେଷ୍ଟା ଚଳାଇଛି | ତେବେ ପୋଲିସ ଏହି ସମ୍ବନ୍ଧକୁ ବିଧିବଦ୍ଧ ଭାବେ ଆଇନ ସମ୍ମତ ବୋଲି କହିଛି |

   Related Posts