ବିଶ୍ବାସରେ ବିଷ ଦେଲା ପ୍ରେମିକ: ନ୍ୟୁଜିଲାଣ୍ଡରୁ ଭାରତକୁ ଆସିଥିବା ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ: ଭାରତୀୟ ରୀତି ରିବାଜରେ କରିବାକୁ ଚାହୁଁଥିଲେ ବିବାହ,

Published By : Prameya-News7 Bureau | November 16, 2019 IST

ନୂଆଦିଲ୍ଲୀ୧୬/୧୧: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ବିଦେଶୀ ଯୁବତୀଙ୍କୁ ହତ୍ୟା କରାଯାଇଛି। ପହାରଗଞ୍ଜ ଅଞ୍ଚଳରେ ଥିବା ଏକ ହୋଟେଲରୁ ବିଦେଶୀ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ୩୩ ବର୍ଷ ବୟସ୍କା ବିଦେଶୀ ଯୁବତୀ ହିନ୍ଦୁ ରୀତି ରିବାଜରେ ବିବାହ କରିବାକୁ ଚାହୁଁଥିଲେ। ସେଥିଲାଗି  ବିଦେଶୀ ଯୁବତୀ ନିଜ ପ୍ରେମିକ ସହ ନ୍ୟୁଜଲାଣ୍ଡରୁ ଭାରତରେ ପହଞ୍ଚିଥିଲେ। ହୋଟେଲ ରୁମ୍‌ରେ ରହିବା ସମୟରେ ବିଦେଶୀ ଯୁବତୀଙ୍କ ହତ୍ୟା ତାଙ୍କ ପ୍ରେମିକ କରିଥିବା କଥା ପୋଲିସ ସୂଚନା ଦେଇଛି। ଦିଲ୍ଲୀର ପହାରଗଞ୍ଜର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ବିଦେଶୀ ଯୁବତୀ ଓ ତାଙ୍କ ପ୍ରେମିକ ଓୟୋରେ ରୁମ୍ ବୁକ୍‌ କରି ରହୁଥିଲେ। ବିଦେଶୀ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଖବର  ଗତ ମଙ୍ଗଳବାର ଦିନ ପୋଲିସ ପାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ପୋଲିସର କହିବା ଅନୁସାରେ ମୃତ ବିଦେଶୀ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ହୋଟେଲରେ ରହୁଥିଲେ। ତାଙ୍କ ମଧ୍ୟ କିଛି ଗୋଟେ କଥାକୁ ନେଇ ଝଗଡ଼ା ହୋଇଥିଲା। ଯାହାଫଳରେ ପ୍ରେମିକ ରାଗି ଯାଇ  ବିଦେଶୀ ଯୁବତୀଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଯୁବତୀଙ୍କ ବୟସ ୩୩ ବର୍ଷ ଓ ତାଙ୍କ ପ୍ରେମିକାର ବୟସ ୪୯ ବର୍ଷ ଉଭୟ ରହୁଥିବା ରୁମ୍‌ ୨୨ ବର୍ଷ ବୟସ ବିକି ନାଁରେ ବୁକିଂ ହୋଇଥିବା କଥା ହୋଟଲ କର୍ମଚାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.