ଗ୍ୟାସ ଚୂଲାରୁ ନିଆଁ ଲାଗି ମା ଆଗରେ ଜଳିଗଲା ଯୁବତୀ ଝିଅ

Published By : Prameya-News7 Bureau | November 01, 2019 IST

ଭଦ୍ରକ୧|୧୧: ରୋଷେଇ କରିବା ବେଳେ ମା ସାମ୍ନା ରେ ଜଳିଗଲା ଝିଅ । ପ୍ରଥମେ ଗ୍ୟାସରୁ ନିଆଁ ଲାଗିଥିଲା ପରେ ଯୁବତୀ ଜଣକ ଛାଟିପିଟି ହେବା ବେଳେ କିରୋସିନ ବୋତଲ ଉପରେ ପଡିଯିବା ରୁ ନିଆଁରେ ସମ୍ପୂର୍ଣ ଜଳିଗଲେ । ଏମତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସିଙ୍ଗଡା ଗାଁରେ ।

{"id":177873}

ମୃତକ ହେଉଛନ୍ତି ଦଶରଥ ପରିଡାଙ୍କ  ଝିଅ ସୁନିତା ପରିଡା । ସୁନିତା ସନ୍ଧ୍ୟାରେ ଉପମା ବନାଉଥିବା ବେଳେ ଗ୍ୟାସ ଚୂଲିରୁ ଡ୍ରେସ ରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ଭୟରେ ଯୁବତୀ ଜଣକ ଦଉଡି ଯାଉଥିଲା ବେଳେ କିରୋସିନ ଡ୍ରମ ଉପରେ ପଡିଯାଇଥିଲା ।

{"id":177875}

ଫଳରେ ନିଆଁ ଜୋରରେ ଲାଗିଯାଇଥିଲା । ଯୁବତୀ ଙ୍କ ମା ଦଉଡି ଆସି ଝିଅ ଦେହ ରୁ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.