କଲେଜ ଗେଟ ପାଖରୁ ଯୁବତୀକୁ ଟେକିନେଲେ ଏବଂ ସପ୍ତାହେ ଯାଏଁ କଲେ ଦୁଷ୍କର୍ମ

Published By : Prameya-News7 Bureau | November 26, 2018 IST

ଭୀବାନିରେ ଜଣେ ସ୍ନାତକ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ | ପୀଡିତାଙ୍କୁ ବନ୍ଧକ କରି ତାଙ୍କ ସହ ଦୁଷ୍କର୍ମ କରାଯାଉଥିଲା | କୌଶଳକ୍ରମେ ପୀଡିତା ସେଠରୀ ବାହାରି ଆସି ଘରଲୋକଙ୍କୁ ସବୁ କଥା ଜଣାଇଥିଲେ ଏବଂ ଥାନାରେ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ ଯେ, ନଭେମ୍ବର ୧୨ ତାରିଖ ସକାଳେ ସବୁଦିନ ଭଳି ପୀଡିତା କଲେଜ ଯିବା ପାଇଁ ଘରୁ ବାହାରିଲେ | କଲେଜ ଗଲେ କିନ୍ତୁ ଘରକୁ ଫେରିଲେ ନାହିଁ | ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ନପାଇ ଯୁବତୀଙ୍କ ବାପା ଝିଅ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ | ୮ ଦିନ ପରେ ନଭେମ୍ବର ୨୦ ତାରିଖରେ ପୀଡିତା ଗୁରୁତର ଅବସ୍ଥାରେ ଘରେ ପହଁଚିଲେ | ଘରଲୋକ ତାଙ୍କର ଚିକିତ୍ସା କରାଇଥିଲେ | ଏହାପରେ ସେ ଘରଲୋକଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ | ପରେ ବାପାଙ୍କୁ ନେଇ ଥାନାକୁ ଯାଇଥିଲେ ଏବଂ ଦୁଇଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲେ | ଦୁଇ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଥିଲେ | ପୀଡିତା ପୋଲିସକୁ କହିଥିଲେ ଯେ, ଦୁଇ ଯୁବକଙ୍କ ସହ କିଛି ଦିନ ତଳେ କୃଷ୍ଣ କଲୋନୀରେ ସାକ୍ଷାତ ହୋଇଥିଲା | ଗତ ୧୨ ତାରିଖ ଦିନ ଦୁଇ ଯୁବକ କଲେଜ ଗେଟ ପାଖରେ ଯୁବତୀଙ୍କ ସହ ଦେଖାହୋଇଥିଲା | ସେଠାରୁ ଯୁବତୀଙ୍କୁ ବହନ କରି ଦୁଇ ଯୁବକ ତାଙ୍କୁ ବାଇକରେ ବସେଇ ବ୍ୟାଙ୍କ କଲୋନୀ ସ୍ଥିତ ଏକ ରୁମକୁ ନେଇଯାଇଥିଲେ | ରୁମ ଭିତରେ ଯୁବତୀଙ୍କୁ ବାନ୍ଧି ପକେଇଥିଲେ | ଏହାପରେ ସେମାନେ ଯୁବତୀଙ୍କୁ କିଛି ନିଶା ଦ୍ରବ୍ୟ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ | ଏହା ପରେ ଦୁଇ ଯୁବକ ସବୁବେଳେ ତାଙ୍କ ସହ ଜଣେ ପରେ ଜଣେ ଦୁଷ୍କର୍ମ କରୁଥିଲେ | ଯୁବତୀ ବିରୋଧ କଲେ ତାଙ୍କୁ ମାରପିଟ କରୁଥିଲେ | ଜଣେ ଯୁବକ ସବୁବେଳେ ଯୁବତୀଙ୍କୁ ଜଗିକି ରହୁଥିଲା | ତେଣୁ ଯୁବତୀ ସେଠାରୁ ବାହାରି ପାରୁନଥିଲେ | ୨୦ ତାରିଖ ଦିନ ଦୁଇ ଜଣ ଯୁବକ କୁଆଡେ ଚାଲିଯାଇଥିଲେ | ମୌକା ଦେଖି ଯୁବତୀ କୌଶଳକ୍ରମେ ସେଠାରୁ ବାହାରିବାରେ ସକ୍ଷମ ହୋଇଥିଲେ | ଯୁବତୀଙ୍କ ଏତଲାକୁ ଆଧାର କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.