କାମସାରି ରାତିରେ ଏକୁଟିଆ ଫେରୁଥିବା ଯୁବତୀଙ୍କୁ ଟାଣିନେଇ ଗଣଦୁଷ୍କର୍ମ : ୨ଗିରଫ, ଜଣେ ଫେରାର

Published By : Prameya-News7 Bureau | June 17, 2019 IST

ସୁବର୍ଣ୍ଣପୁର ୧୭|୭: ସୁବର୍ଣ୍ଣପୁର ସହରର ରୟାଲ ପଡିଆଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଯୁବତୀକୁ ନିଛାଟିଆ ଯାଗାରେ ଏକୁଟିଆ ପାଇ ତିନିଜଣ ଯୁବକ ଦୁଷ୍କର୍ମ କରିଛନ୍ତି  ।

{"id":123966}

ରାସ୍ତାରେ ଅନ୍ଧାର ଥିବାର ସୁଯୋଗ ନେଇ ଯୁବକମାନେ ଯୁବତୀକୁ ରାସ୍ତାରୁ ନିକଟସ୍ଥ ଏକ ଯାଗାକୁ ଟାଣି ନେଇଥିଲେ  । ଯୁବତୀ ଜଣଂକର କାକୁତି ମିନତି ନ ଶୁଣି ଯୁବକମାନେ ତାଂକୁ ଦୁଷ୍କର୍ମ କରିଥିଲେ । ପୀଡିତା ଯୁବତୀର ପରିବାର ବର୍ଗଙ୍କ ପକ୍ଷରୁ ଗତକାଲି ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି  ପୋଲିସ ତଦନ୍ତ ଆରମ୍ଭ କରିଛି  ।

{"id":123968}

ପୀଡିତା ଯୁବତୀର ଡାକ୍ତରିମାଇନା କରିବା ସହିତ ଅଭିଯୁକ୍ତ ତିନି ଜଣ ଯୁବକଙ୍କ ଭିତରୁ ଦୁଇ ଜଣକୁ ଅଟକ କରିବାରେ ପୋଲିସ ସକ୍ଷମ ହୋଇଛି । ଜଣେ ଅଭିଯୁକ୍ତ ଫେରାର ରହିଛି । ଅଭିଯୁକ୍ତ ଯୁବକମାନେ ହେଲେ ସହରର ଝୁପୁଡି ପଡାର ୨୫ବର୍ଷ ବୟସ୍କ ସୁଶାନ୍ତ ବାଘ ଓ ରାନୁ ନାଗକୁ । ଏମାନଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।

{"id":123965}

ଅନ୍ୟତମ ଅଭିଯୁକ୍ତ ଝୁପୁଡି ପଡାର ୨୪ ବର୍ଷ ବୟସ୍କ ନବ ବାଗକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଯାଗାରେ ଚଢାଉ ଜାରୀ ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.