ମୁମ୍ବାଇ ୨୧/୧୧ : ମାୟନଗରୀ ମୁମ୍ବାଇରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସ ଅନୁଯାୟୀ, ୩ ଜଣ ଯୁବକ ଯୁବତୀଙ୍କୁ ଏକ ନିର୍ବନ୍ଧ ସମାରୋହକୁ ଡାକି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ନଭେମ୍ବର ୮ ତାରିଖର ବୋଲି ଜଣାପଡିଛି। ଯୁବତୀ କାହଁହିଛନ୍ତି ଯେ ଅନ୍ଧେରି-କୁର୍ଲା ରୋଡ୍ ସ୍ଥିତ ଏକ ହୋଟେଲରେ ତାଙ୍କ ସହ ୩ଯୁବକ ଗଣଦୁଷ୍କର୍ମ କରିଛନ୍ତି। ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜ୍ଜୁ କରିଛି। ୩ ଯୁବକ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଖୋଜୁଛି।
ମୁମ୍ବାଇ ମିରର ରିପୋର୍ଟ ଅନୁସାରେ, ଯୁବତୀ ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଓ ଆଉ ଦୁଇଜଣ ମହିଳାଙ୍କୁ ପାର୍ଟିକୁ ଡକାଯାଇଥିଲା। ସବୁ ଅତିଥି ଚାଲିଯିବା ପରେ ୩ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ୩ ଅଭିଯୁକ୍ତ ହେଲେ ୨୮ ବର୍ଷୀୟ ଅବିନାଶ ପେଂଗକର, ୨୭ ବର୍ଷୀୟ ଶିଶିର ଓ ୨୫ ବର୍ଷୀୟ ତେଜସ। ଅବିନାଶ ନିଜର ନିର୍ବନ୍ଧ ପାର୍ଟିକୁ ଯୁବତୀଙ୍କୁ ଡାକିଥିଲା ବୋଲି ସେ କହିଛନ୍ତି।
ଯୁବତୀଙ୍କୁ ଯୁବକମାନେ ପାର୍ଟିରେ ଜୋର ଜବରଦସ୍ତ ମଦ ପିଆଥିଲେ ବୋଲି ସେ କହିଛନ୍ତି। ଯୁବତୀ ଏ ସମ୍ବନ୍ଧରେ କାହାକୁ କିଛି କହିନଥିଲେ। କିନ୍ତୁ ଶୁକ୍ରବାର ଦିନ ସେ ନିଜ ପରିବାରଲୋକଙ୍କୁ ଏ ସମ୍ବନ୍ଧରେ ଜଣାଇବା ପରେ ପୋଲିସରେ ମାମଲା ରୁଜ୍ଜୁ କରାଯାଇଥିଲା। ପୋଲିସ କହିଛି ୩ ଅଭିଯୁକ୍ତ ଫେରାର ଅଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜୁଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତମାନେ ଧରାପଡିବେ ବୋଲି କହିଛି। ମୁମ୍ବାଇ କୁପର ହସ୍ପିଟାଲରେ ଯୁବତୀଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ରିପୋର୍ଟ ଅପେକ୍ଷା ରହିଛି।