ଭାଇ ଭାଗରେ ପଡିଗଲା ଅଧିକ ଦୁଇ ପିସ୍ ମାଂସ, ମାନମାରି ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କଲା ଭଉଣୀ
22/01/2021 at 3:01 PM

ପାଟଣା ୨୨।୧: ମାଂସ ପାଇଁ ଜୀବନ ହାରିଦେଲେ ଭଉଣୀ । ମା’ କାହିଁକି ବଡ଼ ଭାଇମାନଙ୍କୁ ଦୁଇ ପିସ୍ ଅଧିକ ମାଂସ ଦେଇଦେଲେ ବୋଲି ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡପାଟଣା ଗାଁରେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ ପାଟଣା ଗାଁ ଜଣେ ଯୁବତୀ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଘରେ ମାଂସ ତରକାରୀ ହୋଇଥିଲା । ସମସ୍ତେ ହସଖୁସିରେ ଖାଇ ବସିଥିଲେ । ହେଲେ ମା’ ଭାଇମାନଙ୍କୁ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ରାଗିଯାଇଥିଲେ ସାନ ଭଉଣୀ । ବେକରେ ଓଢଣୀ ବାନ୍ଧି ଘରେ ଭିତରେ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ କୁନି ନାଏକ ।

ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Related Posts
ଜଳୁଛି ଜଙ୍ଗଲ, କେବେ ନିଆଁ ଲିଭିବ କହିପାରୁ ନାହାଁନ୍ତି ଡିଏଫଓ
9 March 2021