Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପ୍ରେମିକ ବାହାହେବାକୁ ଦିନ ଗଡାଉଥିଲା, ପୁଣି ଅନ୍ୟଠି ବାହାଘରକୁ ଭଣ୍ଡୁର କଲା : ଲୋକଲଜ୍ଜା ଭୟରେ ଜୀବନ ହାରିଦେଲେ ଯୁବତୀ

12/10/2020 at 3:00 PM

ବଲାଙ୍ଗୀର ୧୨।୧୦: ପ୍ରେମିକ ପାଇଁ ନିଜ ପରିବାର ବଦନାମ ହେବା ଆଶଙ୍କାରେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଯୁବତୀଙ୍କ ସୋମବାର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ ମୃତ ଯୁବତୀ ଜଣଙ୍କ ବୌଦ୍ଧ ଜିଲ୍ଲା କୁଲତାଯୋର ଗାଁର । ତାଙ୍କ ନାଁ ପଞ୍ଚମୀ ଭୁଏ ଓ ବୟସ ୨୨ ବର୍ଷ । ରବିବାର ବିଳମ୍ବିତ ରାତିରେ ପଞ୍ଚମୀ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗରେ ପଞ୍ଚମୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁଯାୟୀ ପଞ୍ଚମୀ ଦୀର୍ଘ ଦୁଇ ବର୍ଷ ହେବ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ଜଣକ ବିବାହ ପାଇଁ ଦିନ ଗଡ଼ାଇ ଚାଲିଥିଲେ । ପରେ ଯୁବକଙ୍କ ତରଫରୁ ବିବାହ ପାଇଁ କିଛି ଜଣା ନପଡିବାରୁ ପରିବାର ଲୋକ ଅନ୍ୟତ୍ର ଝିଅର ବିବାହ କରାଇବା ପାଇଁ ଯୋଜନା କରିଥିଲେ । ରବିବାର ଏନେଇ ଝିଅ ପଞ୍ଚମୀକୁ ପୁଅ ଘର ଦେଖିବାକୁ ମଧ୍ୟ ଆସିଥିବା କହିଥିଲେ ପରିବାର ଲୋକ ।

ସେପଟେ ପଞ୍ଚମୀକୁ ଦେଖିବାକୁ ଆସିଥିବା ପୁଅ ଘରକୁ ପୂର୍ବ ପ୍ରେମିକ ଜଣକ ଫୋନରେ ଗାଳିଗୁଲଜ ମଧ୍ୟ କରିଥିବା କହିଛନ୍ତି ପରିବାର ଲୋକ । ବିବାହ ଭାଙ୍ଗିଯିବା ଡର ସହ ଲୋକ ଲଜ୍ଜା ଭୟରେ ପଞ୍ଚମୀ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି ମୃତ ପଞ୍ଚମୀଙ୍କ ପରିବାର ଲୋକ । ସେପଟେ ମୃତଦେହକୁ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଏନେଇ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ନିଜର ଏକମାତ୍ର ଝିଅର ମୃତ୍ୟୁ ପାଇଁ ପ୍ରେମିକକୁ ଦାୟୀ କରିଛନ୍ତି ପରିବାର ଲୋକ ।

   Related Posts