Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପ୍ରତାରକ ପ୍ରେମିକ କରିଦେଲା ବରବାଦ, ବିନା ଇଜ୍ଜତରେ ବଞ୍ଚିବାକୁ ଚାହିଁଲାନି ପ୍ରତାରିତା

22/02/2021 at 4:45 PM

ସୋର ୨୨।୨: ପ୍ରେମ କରି ଶେଷରେ ପ୍ରତାରଣା କଲେ ପ୍ରେମିକ । ଧୋକ୍କାବାଜ ପ୍ରେମିକଙ୍କ ପ୍ରତିଶ୍ରୁତିରେ ନିଜର ସର୍ବସ୍ବ ହରାଇଲେ ଯୁବତୀ । ପ୍ରଥମେ ପ୍ରେମ କଲେ ପରେ ଶାରିରୀକ ସଂପର୍କ ରଖି ଦୂରେଇ ପ୍ରତାରିତ କଲେ । ଶେଷରେ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା କଲେ ପ୍ରେମିକା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ଜଳଦା ପଞ୍ଚାୟତ ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ଜଣେ ଯୁବତୀ କିଛି ବର୍ଷ ତଳେ ମାଖନପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । କିଛିଦିନ ଏଭଳି ଚାଲିବା ପରେ ପରେ ଯୁବତୀ ଜଣଙ୍କ ଯେତେବେଳେ ବିବାହ ପାଇଁ  ଯୁବକଙ୍କୁ କହିଥିଲେ, ସେତେବେଳେ ଯୁବକ ଜଣଙ୍କ ମନା କରିଦେଇଥିଲେ । ଫଳରେ ଯୁବତୀ ଜଣଙ୍କ ଭାରସାମ୍ୟ ହରାଇ ବସିଥିଲେ । ପରିବାରଲୋକ ବୁଝାଇବା ପରେ ମଧ୍ୟ ଯୁବତୀ ଜଣଙ୍କ କିଛି ବୁଝି ନଥଲା । କାହିଁକି ନା ସେତେବେଳକୁ ସବୁକିଛି ହରାଇ ସାରିଥିଲେ ଯୁବତୀ । ଶେଷରେ ଆତ୍ମହତ୍ୟା ପରି ଏକ ଚରମ ପଦକ୍ଷେପକୁ ଆପଣାଇ ନେଇଥିଲେ ।

ପରିବାର ଲୋକ ଅନ୍ୟତ୍ର ଝିଅର ବିବାହ ଠିକ୍ କରିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଶୋଇବା ଘର ଫ୍ୟାନରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏମିତିକି ଯୁବତୀ ଜଣଙ୍କ ମୃତ୍ୟୁ ପୂର୍ବରୁ ପେନ୍ ରେ ନିଜ ହାତ ପାପୁଲିରେ ଲେଖିଥିଲେ, ‘ମା’ ମୋ ଜୀବନ ବରବାଦ ହୋଇଯାଇଛି ।  ମୁଁ ବହୁତ ବଡ଼ ଠକାମୀରେ ଶିକାର ହୋଇଛି । ମୋତେ ଭୁଲ ବୁଝିବନି ।

ତେବେ ସଂପୃକ୍ତ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଖଇରା ପୋଲିସ ନିକଟରେ ଅଭିଯୋଗ ହୋଇଛି । ଖଇରା ଥାନା ଏଏସଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts