ଅସୁସ୍ଥ ଭଉଣୀର ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ ଛାତ୍ରୀ, ଋଷିକେଶ ଏମ୍ସରେ ତୁରନ୍ତ ଅପରେସନ କରାଇଲେ ସୋନୁ ସୁଦ୍

Published By : Prameya-News7 Bureau | September 20, 2020 IST

ମୁମ୍ବାଇ ୨୦/୦୯ : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଅଭାବୀ ଓ ଆବଶ୍ୟକୀୟଙ୍କୁ ଲଗାତାର ସାହାଯ୍ୟ କରି ଚାଲିଛନ୍ତି । ପୁଣି ସୋନୁ ଏମିତି ଏକ କାମ କରିଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ ଜଣେ ରୋଗରେ ପୀଡିତ ଶିଶୁର ଚିକିତ୍ସା କରିଛନ୍ତି । ଛାତ୍ରୀଙ୍କ ଭଉଣୀ ସୋନୁଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରିଥିଲେ ସୋନୁଙ୍କୁ ସାହାଯ୍ୟ ମାଗିଥିଲେ। ନବାଦା ଥାନା ଅନ୍ତର୍ଗତ କର୍ମନ ଟୋଲା ଅଞ୍ଚଳର ନେହା ସେପ୍ଟେମ୍ବର ୧ ତାରିଖରେ ସୋନୁ ସୁଦଙ୍କୁ ଟ୍ୱିଟରରେ ଟ୍ୟାଗ କରି ଲେଖିଥିଲେ ଯେ, ତାଙ୍କ ଭଉଣୀ ଦିବ୍ୟା ସହାୟଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଅଛି ଓ ତାଙ୍କୁ ଅପରେସନର ନିହାତି ଆବଶ୍ୟକତା ରହିଛି । ଲକଡାଉନ ଯୋଗୁଁ ଦିଲ୍ଲୀ ଏମ୍ସରେ ମିଳିଥିବା ତାରିଖ ଅନୁଯାୟୀ ଅପରେସନ ହୋଇପାରିନଥିଲା।

ଏମ୍ସରେ ଅପରେସନ ତାରିଖ ପାଇଁ ସେ ସୋନୁ ସୁଦଙ୍କୁ ନିବେଦନ କରିଥିଲେ, ତାଙ୍କୁ ଆଉ କିଛି ଦରକାର ନାହିଁ । ଏହାର ଜବାବ ସୋନୁ ସୁଦ୍ ସେପ୍ଟେମ୍ବର ୫ ତାରିଖରେ ଦେଇଥିଲେ । ସେ ଲେଖିଥିଲେ ଆପଣଙ୍କ ଭଉଣୀ, ମୋ ଭଉଣୀ । ହସ୍ପିଟାଲରେ ତାଙ୍କର ସବୁ ବ୍ୟବସ୍ଥା କରିଦିଆଯାଇଛି । ତାଙ୍କୁ ଭଲ କରିବା ଦାୟିତ୍ୱ ମୋର । ସୋନୁଙ୍କ ବଦାନ୍ୟତାରେ ଋଷିକେଶ ଏମ୍ସରେ ଦିବ୍ୟାଙ୍କ HYPOECHOIC MASS IN PANCREAS ଅପରେସନ ସଫଳ ହୋଇଛି । ଅପରେସନ ପରେ ଦିବ୍ୟା ସମ୍ପୂର୍ଣ ସୁସ୍ଥ ଅଛନ୍ତି । ସେ ବର୍ତ୍ତମାନ ଋଷିକେଶ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

wp:core-embed/twitter {"url":"https://twitter.com/SonuSood/status/1302281232034660352","type":"rich","providerNameSlug":"twitter","className":""}
https://twitter.com/SonuSood/status/1302281232034660352
/wp:core-embed/twitter

ଭଉଣୀର ସଫଳ ଅପରେସନ ପରେ ଦିବ୍ୟାଙ୍କ ପୁରା ପରିବାର ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନେହା ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ଋଷିକେଶ ଏମ୍ସର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ବ୍ୟବହାରକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଅପରେସନ ଥିଏଟରକୁ ଯିବା ପୂର୍ବରୁ ନେହାଙ୍କ ଭଉଣୀ ଦିବ୍ୟା କହିଥିଲେ, ସୋନୁ ସିର ଜଣେ ଜିନ୍ନି । ତାଙ୍କୁ ଯାହା ବି ମାଗିଲେ ମିଳିଯାଏ । ତାଙ୍କର ଏହି ସାହାଯ୍ୟକୁ ତାଙ୍କ ପରିବାର ଜୀବନ ସାରା ମନେରଖିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.