Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

‘ଟ୍ରେନ୍‌ ଆଜି ନାହିଁ କାଲି ଅଛି…’, ଷ୍ଟେସନରୁ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ଦୁଇ ରେଳ କର୍ମଚାରୀଙ୍କ ସହ ୮ ଗିରଫ

6/09/2021 at 8:36 PM

ମୁମ୍ବାଇ ୬/୦୯: ମହାରାଷ୍ଟ୍ରର ପୁଣେରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଖବର ମିଳିଛି। ପ୍ରଥମେ ପୀଡ଼ିତାଙ୍କୁ ଅପହରଣ ଏବଂ ପରେ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ରେଳ କର୍ମଚାରୀ ଏବଂ ବାକି ୬ ଅଟୋ ଡ୍ରାଇଭର ସାମିଲ ଅଛନ୍ତି । ବାନବାଡ଼ି ଥାନାର ସିନିୟର ଇନ୍ସପେକ୍ଟର କହିଛନ୍ତି, ନାବାଳିକାଙ୍କ ଅପହରଣ ନେଇ ଅଭିଯୋଗ ହୋଇଥିଲା। ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା ଏବଂ ରିବିବାର ପୀଡ଼ିତାଙ୍କ ସନ୍ଧାନ ମିଳିଛି।

ପୋଲିସ ଅନୁସାରେ, ୩୧ ଅଗଷ୍ଟରେ ନାବାଳିକା ପୁଣେ ରେଳ ଷ୍ଟେସନ୍‌ ପହଞ୍ଚିଥିଲେ। ସେଠାରୁ ଟ୍ରେନ୍‌ ଧରି ନିଜ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ବାହାରିଥିଲେ। ସେତେବେଳେ ସେଠାରେ ଥିବା ଅଟୋ ଡ୍ରାଇଭର ଦେଖିଥିଲେ ଝିଅଟି ଏକା ଅଛି। ସେ ତାଙ୍କୁ ଟ୍ରେନ୍‌ ଆଜି ନାହିଁ କାଲି ଆସିବ ବୋଲି କହିଥିଲେ ।  ଏହା ପରେ ରାତିରେ ଭଲ ସ୍ଥାନରେ ରହିବାର ବ୍ୟବସ୍ଥା କରାଇବାକୁ କହି ସେମାନଙ୍କ ସହିତ ତାଙ୍କୁ ଯିବାକୁ ଅଭିଯୁକ୍ତ ଅଟୋ ଡ୍ରାଇଭର କହିଥିଲେ । ଏହା ପରେ ଅଟୋ ଡ୍ରାଇଭର ତାଙ୍କୁ ସହରର ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିଥିଲେ।

ଅଭିଯୁକ୍ତଙ୍କ ମଧ୍ୟରେ ୬ ଜଣ ଅଟୋ ଡ୍ରାଇଭର ଏବଂ ଦୁଇ ଜଣ ଚତୁର୍ଥ ଶ୍ରେଣୀ ରେଳ କର୍ମଚାରୀ ସାମିଲ ଥିବା ପୋଲିସ କହିଛି। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଅପହରଣ ଏବଂ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି। ସେପଟେ ପୀଡ଼ିତା ଚିକିତ୍ସାଧୀନ ଥିବା ବେଳେ  ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ।

   Related Posts