ହନିମୁନ୍ ପାଇଁ କ୍ୟାନ୍ସର ବାହାନା, ୮ ଲକ୍ଷ ଟଙ୍କା ନେଇ ଫେରାର ବେଳେ ଯୁବତୀଙ୍କୁ ଧରିଲା ପୋଲିସ
29/11/2020 at 9:00 PM

ନୂଆଦିଲ୍ଲୀ ୨୯/୧୧: ହନିମୁନ୍ ପାଇଁ କ୍ୟାନ୍ସରର ବାହାନା କଲେ ୨୯ ବର୍ଷୀୟା ଯୁବତୀ। ଲଣ୍ଡା ହେବା ସହ କର୍କଟ ରୋଗୀଙ୍କ ଭଳି ଅଭିନୟ ବି କରିଲେ। କ୍ୟାନସର ଚିକିତ୍ସା ପାଇଁ ସାଙ୍ଗମାନଙ୍କୁ ଟଙ୍କା ମାଗିଲେ। ବନ୍ଧୁଙ୍କୁ କର୍କଟ ହୋଇଛି ବୋଲି ସଙ୍ଗାମାନେ ବି ହୃଦୟ ଖୋଲି କରିଚାଲିଲେ ଦାନ। ବାସ ପାଖରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଯିବା ପରେ ଯୁବତୀ ଚାଲିଲେ ହନିମୁନ । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଚେଶାୟାରରେ।
ମିରର ଡଟ କୋ ଡଟ୍ ୟୁକେର ଏକ ରିପୋର୍ଟ ଅନୁସାରେ ଯୁବତୀଙ୍କୁ କର୍କଟ ହୋଇଥିବା ଜାଣିବା ପରେ ବନ୍ଧୁମାନେ ଡୋନେସନ୍ ପାଇଁ ଅନଲାଇନ୍ କ୍ୟାମ୍ପେନ ଆରମ୍ଭ କରିଥିଲେ। ଯୁବତୀଙ୍କ ବନ୍ଧୁଙ୍କ ସମେତ ଅନ୍ୟ ଲୋକେ ଦାନ ଦେବା ପରେ ତାଙ୍କ ପାଖରେ ମୋଟ ୮ ଲକ୍ଷ ୩୬ ହଜାର ଟଙ୍କା ଜମା ହୋଇଥିଲା।
ଟୋନି ନାମକ ଏହି ଯୁବତୀ ୫୨ ବର୍ଷୀୟ ଜେମ୍ସଙ୍କୁ ବିବାହ କରି ହନିମୁନ୍ ପାଇଁ ତୁର୍କି ଯିବା ପାଇଁ ବାହାରିଥିଲେ। ମିଳିଥିବା ସୂଚନା ଅନୁସାରେ ଟୋନିଙ୍କ ପିତା କର୍କଟରେ ପୀଡ଼ିତ ଥିଲେ। ଟୋନିଙ୍କ ବିବାହ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଟୋନି ନିଜକୁ କର୍କଟ ହୋଇଥିବା ନେଇ ପ୍ରଚାର କରିଥିଲେ। ଲଣ୍ଡା ହୋଇ ଖବର କାଗଜକୁ ସାକ୍ଷାତକାର ମଧ୍ୟ ଦେଇଥିଲେ ଟୋନି। ଏବେ ତାଙ୍କର ମିଛ ଧରାପଡ଼ିଛି। ଠକେଇ ମାମଲାରେ ଟୋନିଙ୍କୁ ଜେଲ୍ ଯିବାକୁ ପଡ଼ିପାରେ।