କଳା ବର ଦେଖି ଝିଅ ଫେରାର, ଥାନାରେ ଏତଲା

Published By : Prameya-News7 Bureau | November 30, 2020 IST

ପାଟନା ୩୦।୧୧: ବିହାର ବାଙ୍କେ ଜିଲ୍ଲା ରଜୌନ ବ୍ଲକରେ ଘଟିଛି ଅଭାବନୀୟ ଘଟଣା। ଜନୈକା ଯୁବତୀ ବିବାହ ପ୍ରସ୍ତାବକୁ ଋଷି ଘର ଛାଡି ପଳାଇଛନ୍ତି। ଏ ନେଇ ଝିଅର ମା ରଜୌନ ଥାନାରେ ଝିଅ ନିଖୋଜ ହେବା ନେଇ ଏକ ଏତଲା ରୁଜୁ କରିଛନ୍ତି। ଝିଅର ବିବାହ ପ୍ରସ୍ତାବ ଦେଖା ଚାଲିଥିବା ବେଳେ ଜଣେ ପ୍ରାର୍ଥୀଙ୍କ ଫଟୋ ଦେଖି ପରିବାର ଲୋକେ ପସନ୍ଦ କରିଥିଲେ। ତେବେ ସମ୍ପୃକ୍ତ ପ୍ରାର୍ଥୀ କଳା ହୋଇଥିବାରୁ ଝିଅ ପ୍ରସ୍ତାବରେ ପ୍ରଥମରୁ ରାଜି ହୋଇ ନଥିବା ବେଳେ ଶେଷରେ ଘର ଛାଡି କେଉଁଆଡେ ପଳାଇଛି।

ପୋଲିସ ଏତଲା ଅନୁସାରେ ଯୁବତୀଙ୍କ ବିବାହ ସ୍ଥିର ହୋଇ ସାରିଥିଲା। ତେବେ ଜ୍ୱାଇଁର ରଙ୍ଗକୁ ନେଇ ଝିଅ ପ୍ରଥମରୁ ବିବାହରେ ଅସହମତ ଥିଲା।  ପରିବାର ଲୋକେ ପ୍ରସ୍ତାବରେ ଆଗକୁ ପଦକ୍ଷେପ ନେଇ ସାରିଥିବାରୁ ଝିଅକୁ ଏଥିଲାଗି ଅନେକ ବୁଝାସୁଝା କରିଥିଲେ।  । ହେଲେ ଝିଅ ପ୍ରସ୍ତାବରେ ବିଲକୁଲ ରାଜି ନଥିବା ବେଳେ  ଘରଛାଡି କେଉଁଆଡେ ଚାଲିଯାଇଛି। 

ଝିଅକୁ ପରିବାର ଲୋକେ ଜୋର ଜବରଦସ୍ତ ବିବାହ କରାଇବା ଲାଗି ଘରେ ନଜର ବନ୍ଦୀ କରିଥିଲେ। ତେବେ ଗତ ନଭେମ୍ବ ର୨୫ ତାରିଖରେ ଶୌଚ ଲାଗି ଘରୁ ବାହାରକୁ ଯାଇ ଆଉ ଫେରି ନାହିଁ। ଯୁବତୀଙ୍କ ମା ଝିଅକୁ ଉଦ୍ଧାର କରିବା ଲାଗି ରଜୌନ ପୋଲିସକୁ ନିବେଦନ କରିଛନ୍ତି। ପୋଲିସ ଆଇଆଇସି ରାଜୀବ ପାଣ୍ଡେୟ  ଏତଲାକୁ ଗ୍ରହଣ କରିଥିବା ବେଳେ ଝିଅକୁ ଖୋଜିବା ଲାଗି ବିଭିନ୍ନ ଥାନାକୁ ତାଙ୍କ ଫଟୋ ପଠାଇ ତଦନ୍ତ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.