ଅପହୃତ ଯୁବତୀ ଉଦ୍ଧାର ; ଜବରଦସ୍ତ ବାହା ହେବାକୁ ଉଠାଇ ନେଇଥିଲେ ଅଭିଯୁକ୍ତ

Published By : Prameya-News7 Bureau | July 02, 2018 IST

ରଣପୁର ଭୁବନେଶ୍ୱର ବସରୁ ଅପହରଣ ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଛି ଖଣ୍ଡଗିରି ପୋଲିସ | ଗତ ୨୮ ତାରିଖରେ ଯୁବତୀ ଜଣକ ବସରେ ଭୁବନେଶ୍ୱର ଆସୁଥିଲେ | ରାସ୍ତାରେ ବାଟୁ ନାମକ ଜଣେ ଯୁବକ ଓ ତାଙ୍କ ସହଯୋଗୀ ମିଶି ଯୁବତୀଙ୍କୁ ଉଠାଇ ନେଇଥିଲେ | ପୁରୀ,ଖୋର୍ଦ୍ଧା,ଜଟଣୀରେ ସମ୍ପର୍କୀୟଙ୍କ ଘରେ ରଖି ଜୋର ଜବରଦସ୍ତ ବିବାହ କରିବାକୁ ଉଦ୍ୟମ କରିଥିଲେ | ବିବାହ ନକଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ | ତେବେ କୌଶଳକ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସକୁ ଖବର ଦେଇଥିଲେ | ବିବାହ ପାଇଁ ରାଜି ବୋଲି କହିବାରୁ ଅପହରଣକାରୀ ମାନେ ଯୁବତୀଙ୍କୁ ଭୁବନେଶ୍ୱର ଧର୍ମ ବିହାରରେ ଥିବା ଏକ ପାର୍ଲରରେ ଛାଡିଦେଇଥିଲେ | ଯୁବତୀ ଜଣକ ସେଠାରୁ ନିଜ ପରିବାରକୁ ଖବର ଦେଇଥିଲେ | ଏହା ପରେ ଖଣ୍ଡଗିରି ପୋଲିସ ସହାୟତାରେ ରଣପୁର ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.