ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟରେ ଉପରାଜ୍ୟପାଳ ଗିରିଶ୍ ଚନ୍ଦ୍ର ମୁର୍ମୁ, ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | November 07, 2019 IST

ନୂଆଦିଲ୍ଲୀ୫/୧୧: ଜାମ୍ମୁ  ଓ କଶ୍ମୀରର ଉପରାଜ୍ୟପାଳ ଦାୟିତ୍ବରେ ଥିବା ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ସୂଚନା ମିଳିଛି। ଏଥିପାଇଁ ଆତଙ୍କବାଦୀ ଏକ ବଡ଼ ଷଡ଼ଯନ୍ତ୍ର  ତିଆରି କରିଥିବାର ସୂଚନା ମିଳିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କଶ୍ମୀରର ମୁଜାଫରାବାଦରେ ଆତଙ୍କବାଦୀମାନେଏହି  ପ୍ରସଙ୍ଗରେ ଅକ୍ଟୋବର ୨୯ରେ ଏକ ବୈଠକ କରିଥିଲେ।

 ନିକଟରେ ଜାମ୍ମୁ ଓ କଶ୍ମୀରର ବ୍ଲକ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ ଓ ପ୍ରମୁଖ ନେତା ମଧ୍ୟ ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବାର  ସୂଚନା ମିଳିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜିଆ-ଉଲ୍-ରହମାନ ମୀର ଏହାର ନେତୃତ୍ୱ ନେଇଛି।

ଜାମ୍ମୁ ଓ କାଶ୍ମୀରର କୋଟଲିର ଜମା-ଉଲ-ହକ ମଦରାସାରେ ଅକ୍ଟୋବର ୨୯ରେ ଆତଙ୍କବାଦୀ ମାନେ ଏହି ବୈଠକ କରିଥିଲେ। ଏହି ବୈଠକରେ ସମସ୍ତ ଆତଙ୍କବାଦୀ ସାମିଲ୍ ହୋଇଥିଲେ। ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଜୈଶ-ଏ-ମହମ୍ମଦକୁ ଅନୁପ୍ରବେଶ କରିବା ପାଇଁ ପ୍ରବର୍ତ୍ତାଇଥିବା ସୂଚନା ରହିଛି । ଜାମ୍ମୁ-କାଶ୍ମୀରରୁ  ଧାରା ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ଅଶାନ୍ତି ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.