Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଗୋଆକୁ ବଦଳି ହେଲେ ସତ୍ୟପାଲ ମଲ୍ଲିକ

25/10/2019 at 8:43 PM

ନୂଆଦିଲ୍ଲୀ :  ଜଣେ ଓଡିଆ ହେଲେ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ। ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଶୁକ୍ରବାର ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି।  ଏଠାରେ ଏପର୍ଯ୍ୟନ୍ତ ଅବସ୍ଥାପିତ ଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ବଦଳି କରାଯାଇଛି। ତାଙ୍କୁ ଗୋଆର ନୂଆ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟପଟରେ ଜମ୍ମୁ-କାଶ୍ମୀର ସହ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହୋଇଥିବା ଲଦ୍ଦାଖର ରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଅବସ୍ଥାପିତ ହୋଇଛନ୍ତି। ସେହିପରି ପି.ଏସ.ଶ୍ରୀଧରନ ପିଲ୍ଲଇଙ୍କୁ ମିଜୋରାମର ରାଜ୍ୟପାଳ ପ୍ରଭାରୀ ଅବସ୍ଥାପିତ କରାଯ।ଇଛି।

ଗତ ଅଗଷ୍ଟ ୫ ତାରିଖରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ପୃଥକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହୋଇଥିଲେ । ଏଣୁ ଜମ୍ମୁ-କାଶ୍ମୀର ନିମନ୍ତେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଏଲଜି ନିଯୁକ୍ତ କରାଯାଇଛି । ୨୧ ନଭେମ୍ବର ୧୯୫୯ ମସିହାରେ ଓଡିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ ଜନ୍ମିତ ମୁର୍ମୁ  ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ୧୯୮୫ ବ୍ୟାଚ୍ ର ଏହି ଗୁଜୁରାଟ କ୍ୟାଡର ଆଇଏଏସ୍ ଅଫିସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟ ମୁଖ୍ୟଶାସନ ସଚିବ ଅବସ୍ଥାପିତ ଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୁର୍ମୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ବ୍ରିଟେନ ବର୍ମିଂହମ ବିଶ୍ୱବିଦ୍ୟାଳୟରୁ ଏମବିଏ ଉତୀର୍ଣ୍ଣ ହୋଇଛନ୍ତି । ଜଣେ ଆଇଏଏସ ଅଫିସର ଭାବେ ମୁର୍ମୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଦକ୍ଷତାର ସହ କାମ କରିଛନ୍ତି। ଏପରିକି ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ବ୍ୟୟ ବିଭାଗର ସଚିବ ଅବସ୍ଥାପିତ ଥିଲେ।  

ମୁର୍ମୁଙ୍କ ପରି ଲଦ୍ଦାଖର ନୂଆ ଏଲଜି ଅବସ୍ଥାପିତ ରାଧାକୃଷ୍ଣ ମାଥୁର ମଧ୍ୟ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ୧୯୭୭ ବ୍ୟାଚ୍ ର ତ୍ରିପୁରା କ୍ୟାଡର ଆଇଏଏସ୍ ଅଫିସର ମାଥୁର ଗତ ୨୦୧୮ ମସିହାରେ ମୁଖ୍ୟ ସୂଚନା ଆୟୁକ୍ତ ପଦରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ୨୦୧୩ ମସିହାରେ ସେ ୨୩ ବର୍ଷ ଧରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିଥିଲେ।

ତେବେ ମିଜୋରାମ ରାଜ୍ୟପାଳ ପ୍ରଭାର ଅବସ୍ଥାପିତ ପି.ଏସ.ଶ୍ରୀଧରନ ପିଲ୍ଲଇ ଜଣେ ରାଜନେତା ଏବଂ ଓକିଲ ଭାବେ ବେଶ୍ ଜଣାଶୁଣା। ୨୦୧୮ ମସିହାରେ ପିଲ୍ଲଇ କେରଳ ବିଜେପିର ପ୍ରଦେଶ ସଭାପତି ଥିବା ବେଳେ ଅତୀତରେ ଲକ୍ଷାଦ୍ୱୀପର ରାଜ୍ୟପାଳ ପ୍ରଭାର ମଧ୍ୟ ଅବସ୍ଥାପିତ ରହିଛନ୍ତି। ଅନ୍ୟପକ୍ଷରେ ସତ୍ୟପାଲ ମଲ୍ଲିକ ୧୯୮୯ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଅଲ୍ଲିଗଡ ସମ୍ବିଧାନ ସଭାର ପ୍ରତିନିଧିତ୍ୱ କରିଥିଲେ। ପରେ ୧୯୮୦-୮୬ ଓ ୧୯୮୬ରୁ ୧୯୯୨ ମସିହା ପର୍ଯ୍ୟନ୍ତ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିଲେ।

   Related Posts