Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

“ସ୍କୁଲ୍‌ରେ ଗୀତା, ହନୁମାନ ଚାଳିଶା ପଢାଅ, କାରଣ ପିଲା ବିଦେଶରେ ଗୋମାଂସ ଖାଉଛନ୍ତି”… ପୁଣି କଳି ଉଖାରିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ

2/01/2020 at 7:31 PM

ବେଗୁସରାଇ ୨.୦୧: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପୁଣି ଏକ ନିଆଁ ଗେ଼ଞ୍ଜା ବିବାଦର ଆଶଙ୍କା ସୃଷ୍ଟି କରିଛନ୍ତି । ଖ୍ରୀଷ୍ଟିଆନ ତଥା ମିସନାରୀ ପରିଚାଳିତ ଘରୋଇ ସ୍କୁଲକୁ ଆକ୍ଷେପ କରିଛନ୍ତି ବିଜେପିର ଏହି ଫାୟାରବ୍ରାଣ୍ଡ ନେତା । କହିଛନ୍ତି ମିସନାରୀ ଘରେଇ ସ୍କୁଲରେ ପଢୁଥିବା ପିଲା ମାନଙ୍କ ପାଖରେ ସଂସ୍କାରର ଅଭାବ ରହିଛି । ତେଣୁ ପରିଣତି ଖରାପ ହେଉଛି  । ମିସନାରୀ ସ୍କୁଲରେ ପଢୁଥିବା ପିଲା ମାନେ ବିଦେଶରେ ଯାଇ ଗୋମାଂସ ଖାଉଛନ୍ତି । ସେହି ଧାରାକୁ ରୋକିବାକୁ ଗିରିରାଜ ଦେଇଥିବା ପ୍ରସ୍ତାବ ମଧ୍ୟ ବିବାଦର ଆଶଙ୍କାକୁ ଅଧିକ କରିଛି । ସେ କହିଛନ୍ତି, ଘରୋଇ ସ୍କୁଲ ଗୁଡିକରେ  ଭଗବତ ଗୀତାର ଶ୍ଲୋକ ସହ ହନୁମାନ ଚାଳିଶାପାଠ କରାଯିବା ସହ ସେଗୁଡିକୁ ବୁଝାଯାଉ , ପଢାଯାଉ । ତାହା ହେଲେ ପିଲା ସଂସ୍କାରୀ ହେବେ ।

ଧାର୍ମିକ ସହ ବିଭିନ୍ନ  କଥାର ଆଳରେ ଅନେକ ଥର ବିବାଦୀୟ ବୟାନ ଦେଇ ଚର୍ଚ୍ଚିତ ଗିରିରାଜ ତାଙ୍କ ନିର୍ବାଚନ ମଣ୍ଡଳୀ ବିହାରର ବେଗୁସରାଇରେ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି । ଭଗବତ ଗୀତା ଏବଂ ହନୁମାନ ଚାଳିଶା ପ୍ରଥମେ ଘୋରଇ ସ୍କୁଲର୍ ପଢାଯାଉ ବୋଲି ସେ ଯୁକ୍ତି ରଖିଛନ୍ତି ।  ସେ କହିଛନ୍ତି ମିସନାରୀ ସ୍କୁଲ ଗୁଡିକରେ ଧନୀ ପରିବାରର ପିଲା ପାଠ ପଢନ୍ତି । ସେଠାରେ  ପଢା ଭଲ , ରେଜଲ୍ଟ  ମଧ୍ୟ ଭଲ ।

ସେହି ସ୍କୁଲର ଛାତ୍ର ଛାତ୍ରୀ ମାନେ ଭଲ କ୍ୟାରିୟର ବି କରନ୍ତି । କିନ୍ତୁ ଯେତେବେଳେ ବିଦେଶ ଯାଆନ୍ତି, ସେଠାରେ ସେମାନେ ଗୋ ମାଂସ ଖାଆନ୍ତି, ଯାହାକି ଚିନ୍ତା ଜନକ । ଏହାର କାରଣ ହେଲା , ସେମାନେ ଘରୋଇ ସ୍କୁଲରେ ସଂସ୍କାର ଶିକ୍ଷା କରିନଥାନ୍ତି । ସେମାନଙ୍କୁ ଗୀତା ଓ ହନୁମାନ ଚାଳିଶା ସଂସ୍କାରୀ କରିପାରିବ । ତେଣୁ ଘରୋଇ ସ୍କୁଲ ତାହା ପଢାଇବାକୁ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା କହିବା ବେଳେ ସରକାରୀ ସ୍କୁଲରେ ଗେରୁଆ ବା ସାଫ୍ରନ ଏଜେଣ୍ଡା ର ପ୍ରବର୍ତ୍ତନ ନେଇ ମଧ୍ୟ ମତ ରଖିଛନ୍ତି । ଏହା କହିବା ବେଳେ ତାଙ୍କ ସରକାରର ଆଭିମୁଖ୍ୟର ଇଙ୍ଗିତ ଦେଇ ଆଉ ଏକ ପ୍ରତିକ୍ରିୟା ନେଇ ଆଶଙ୍କା ମଧ୍ୟ ସୃଷ୍ଟି କରିଛନ୍ତି ।

ମୋଳବାଦୀ ଆକ୍ଷେପ ନେଇ ମନ୍ତ୍ରୀ ଗିରିରାଜ କହିଛନ୍ତି, ଆମକୁ ମୋଳବାଦୀ ବୋଲି ଆଖ୍ୟା ଦିଆଯାଏ । କିନ୍ତୁ ଆମେ ଉଦାରବାଦୀ ସଂସ୍କାର ଧାରୀ । ଆମେ ପିମ୍ପୁଡି-ଜନ୍ଦାଙ୍କୁ ଚିନି ଖୁଆଉ, ସାପକୁ କ୍ଷୀର ଦେଉ । କିନ୍ତୁ ସେହି ସାପ ଦଂଶନରେ  ମୃତ୍ୟୁ ଭୟ ଥାଇ ବି ଆମେ ଉଦାରତା ପ୍ରଦର୍ଶନ କରୁ । ତାହା ଆମର ସଂସ୍କାର ।

ଏହି ଅବସରରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ କଡା ଭାଷାରେ ନାପସନ୍ଦ କରିଛନ୍ତି ଗିରିରାଜ । ଏହି ଆନ୍ଦୋଳନ ଭାରତ ବିରୋଧରେ ପାକିସ୍ତାନ ପ୍ରାୟୋଜୀତ ଧର୍ମ ଯୁଦ୍ଧ ବୋଲି କହିଛନ୍ତି ସେ । ଏଥିଲାଗି କଂଗ୍ରେସ ଏବଂ ଟିଏମସିଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ଗିରିରାଜ ।

   Related Posts