Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ମହଙ୍ଗା ପଡିଲା ପ୍ରେମ ମିଳନ ପ୍ରତାରଣା – ଗିରଫ ହେଲା ଗିରିଜା

19/10/2019 at 7:25 PM

ଭୁବନେଶ୍ବର ୧୯।୧୦: ମହଙ୍ଗା ପଡିଲା ପ୍ରେମ , ମିଳନ ଓ ପ୍ରତାରଣା । ନର୍ସଭାବେ କାମ କରୁଥିବା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା । ପ୍ରେମିକ ଗିରିଜା ଶଙ୍କରକୁ ପୁଲିସ ଗିରଫ କରିଛି ।

ପୁଣି ଏକ ଲଭ୍ ସେକ୍ସ ଓ ଧୋକା ଘଟଣା ସାମ୍ନାକୁ ଆସିଥିଲା । କଟକ ଏମ ଏମ ମେଡିକେୟାର ହସ୍ପିଟାଲର ନର୍ସ ନିହାରିକାଙ୍କ ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଜଣେ ନର୍ସଙ୍କ ସହ ପ୍ରେମ ପ୍ରଣୟ ଓ ପ୍ରତାରଣା ଭଳି ସାଙ୍ଘାତିକ ଘଟଣା ସାମ୍ନାରୁ ଆସିଥିଲା । କଟକ ସନ୍ ହସ୍ପିଟାଲରେ ପୂର୍ବରୁ ନର୍ସ ଭାବେ କାର୍ଯ୍ୟରତ ଏହି ପ୍ରତାରିତା ପ୍ରେମିକା ଏବେ ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

କଟକ ସନ୍ ହସ୍ପିଟାଲ ପରେ ସମ୍ପ୍ରତି ଭୁବନେଶ୍ବରର ଏକ ଘରୋଇ ନର୍ସିଂହୋମ୍ ରେ ନର୍ସ ଭାବେ କାର୍ଯ୍ୟ କରୁଥିବା ଏହି ଯୁବତୀ ଭୁବନେଶ୍ବର ମହିଳା ଥାନାରେ ପହଞ୍ଚ ତାଙ୍କ ପ୍ରେମିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭିଯୋଗ ହେଲା ଯେ, ତାଙ୍କ ପ୍ରେମିକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ଭାବେ ଉପଭୋଗ କରିଛନ୍ତି । କିନ୍ତୁ ପରବର୍ତ୍ତି ସମୟରେ ସେ ବିବାହ କରିବା ପାଇଁ ରାଜି ହେଉନାହାନ୍ତି । ପ୍ରେମିକ ହେଉଛନ୍ତି ପୂର୍ବରୁ ଯୁବତୀ କାମ କରୁଥିବା ସନ୍ ହସ୍ପିଟାଲର ଜଣେ ଏଚଆର (ମାନବ ସମ୍ବଳ ବିଭାଗ ଏକଜିକ୍ୟୁଟିଭ ଗିରିଜା । ଭୁବନେଶ୍ବର ମହିଳା ଥାନାରେ ଯୁବତୀ ଏହି ଅଭିଯୋଗ କରିଥିବା ବେଳେ ଘଟଣା କଟକରେ ଘଟିଥିବାରୁ ଯୁବତୀଙ୍କୁ କଟକ ମହିଳା ଥାନାରେ ଅଭିଯୋଗ କରିବା ଲାଗି ପରାମର୍ଶ ଦିଆଯାଇଥିଲା । ଏହାପରେ ଗିରିଜାଙ୍କୁ ପୁଲିସ ଆଣି ଅଟକ ରଖିଥିଲା । ଏବେ ପୁଲିସ ଗିରିଜାଙ୍କୁ ଗିରଫ କରିଛି ।

ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ କଟକ ସନ୍ ହସ୍ପିଟାଲରେ କାମ କରିବା ବେଳେ ଏଚଆର ବିଭାଗର ସଂପୃକ୍ତ କର୍ମଚାରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରେମିକ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଥରେ ନିଜ ଘରକୁ ନେବାକୁ କହି ତାଙ୍କୁ କଟକର ଏକ ହୋଟେଲକୁ ନେଇଯାଇଥିଲେ । ହୋଟେଲରେ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ନାଁ ପଞ୍ଜୀକରଣ କରି ରହିଥିଲେ । ରାତିରେ ବିବାହର ପ୍ରଲୋଭନ ଦେଇ ତାଙ୍କ ସହ ତାଙ୍କ ପ୍ରେମିକ ଶାରିରୀକ ସଂପର୍କ ରଖିଥିଲେ । ଏହାପରେ ବରାବର ସେ ତାଙ୍କ ସହ ଶାରିରୀକ ସଂପର୍କ ରଖି ଆସୁଥିବା ସହ ଯୁବତୀ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ସ୍ବାମୀ-ସ୍ତ୍ରୀ ଭାବେ ଉଭୟେ ହୋଟେଲରେ ଅବସ୍ଥାନ କରିଥିବା ପ୍ରମାଣ ମଧ୍ୟ ଯୁବତୀ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ,ଦୀର୍ଘ ଦିନ ଧରି ପ୍ରେମ ଓ ଶାରିରୀକ ସଂପର୍କ ପରେ ଯୁବତୀ ତାଙ୍କ ପ୍ରେମ ପ୍ରସଙ୍ଗରେ ଘରଲୋକଙ୍କୁ ସୂଚନା ଦେବା ସହ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ସେହି ଅନୁସାରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପ୍ରେମିକଙ୍କ ଘର କେନ୍ଦ୍ରାପଡାକୁ ଯାଇଥିଲେ । ତେବେ ପ୍ରେମିକଙ୍କ ପିତା ଓ ପରିବାରବର୍ଗ ଯୁବତୀଙ୍କ ପରିବାରଲୋକଙ୍କୁ ଅପମାନିତ କରି ଫେରାଇ ଦେଇଥିଲେ । ଏହାପରେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଆଉ ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ପୋଲିସ କଣ ପଦକ୍ଷେପ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

କିଛି ଦିନ ତଳେ ସମାନ ଘଟଣାରେ ନର୍ସ ନିହାରିକାଙ୍କୁ ତାଙ୍କ ପ୍ରେମିକ କିଶୋର ଆଇଚ ହତ୍ୟା କରି ବିଲୁଆଖାଇ ନଦୀରେ ଭସାଇଦେଇଥିଲା । ପୋଲିସ ଘଟଣାର ଖୋଳତାଡ କରି ଅଭିଯୁକ୍ତ କିଶୋର ଆଇଚକୁ ଗିରଫ କରିଥିଲା । କିଶୋର ଏବେ ଜେଲର ଚାରିକାନ୍ଥ ଭିତରେ ରହିଛି । ପୋଲିସର ସାମାନ୍ୟ ଅସାବଧାନତା ଯେକୌଣସି ପରିସ୍ଥିତି ସୃଷ୍ଟି କରିପାରେ ।

   Related Posts