ଶିଖରଚଣ୍ଡି ଠାରେ ୧୧ ତମ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ, ବହୁ ଶ୍ରଦ୍ଧାଳୁଙ୍କ ସମାଗମ

Published By : Prameya-News7 Bureau | November 05, 2021 IST

ଚଣ୍ଡିଖୋଲ, ୫/୧୧: ଚଳିତ ବର୍ଷ ବଡ଼ଚଣା ଅନ୍ତର୍ଗତ ଚଣ୍ଡିତଳ ଠାରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ବଡଚଣା ଯାଦବ ମହାସଭା ଦ୍ବାରା ଆୟୋଜିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଯଜ୍ଞ ଉତ୍ସବରେ ୪୩ଟି ପଞ୍ଚାୟତରୁ ବହୁ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ବଡ଼ଚଣା ମା ଦୁର୍ଗା ମଣ୍ଡପରୁ ଯାଦବମାନେ ପାରମ୍ପରିକ ଲଉଡି ନୃତ୍ୟ ଶୋଭାଯାତ୍ରାରେ ବାହାରି ଶିଖରଚଣ୍ଡିରେ ପହଞ୍ଚି ଥିଲେ। କଳସ ଯାତ୍ରାରେ ମହିଳାମାନେ ସାମିଲ ହୋଇଥିଲା ବେଳେ ପ୍ରବଚନ କାର୍ଯ୍ୟକ୍ରମ, ସୂର୍ଯ୍ୟପୂଜା, ବିଗ୍ରହ ପୂଜା ଅନୁଷ୍ଠିତ ହୋଇଥିଲା। ଯାଦବମାନଙ୍କୁ ଏକାଠି କରିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ମୂଳ ଲକ୍ଷ୍ୟ ବୋଲି ସଭାପତି ଧୂଳେଶ୍ୱର ଦାସ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.