ଚୋରି କରିବାକୁ ଆସି ଫଶିଗଲା ଚୋର , ନିର୍ଧୁମ ମାଡ ପରେ ଜୋତା ମାଳ ପିନ୍ଧାଇଲେ ଗ୍ରାମବାସୀ

Published By : Prameya-News7 Bureau | February 09, 2020 IST

ଭଦ୍ରକ ୦୯।୦୨: ଚୋରି କରିବାକୁ ଆସି ଫସିଗଲା ଚୋର । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମଧୂସୁଧନ ଗାଁରେ ଘଟିଛି ଏପରି ଘଟଣା । ଚୋର ବେଟରେ ଚପଲ ମାଳ ପକାଇଥିବାର ଭିଡିଓ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ ଯେ, ଶନିବାର  ବିଳମ୍ବିତ ରାତିରେ ମଧୁସୂଦନପୁରର ଗ୍ରାମର ଜଣଙ୍କ ଘରେ ଚୋରୀ ଉଦ୍ଦେଶ୍ୟରେ  ଚୋର ପଶିଥିଲା ।  କିଛି ସମୟ ପାଇଁ ଖଟ ତଳେ ଶୋଇରହିଥିଲା। ଯେତେବେଳେ ଘରଲୋକ ଶୋଇଯାଇଥିଲ ଏହା ସୁଯୋଗ ନେଇ ଚୋର ଜଣକ ଖଟ ତଳୁ ବାହାରି ଜିନିଷ ପାତ୍ର ଚୋରି କରିବା ଉଦ୍ୟମ କରିଥିଲା। ଏତିକି ବେଳେ ଘର ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ଘର ଲୋକ ଉଠିଯିବା ପରେ ଚୋର ଖସିଯିବାକୁ ଚେଷ୍ଟା କରିଥିଲା କିନ୍ତୁ ଧରାପଡି ଯାଇଥିଲା। ପରେ ଗ୍ରାମବାସୀ ଏକଜୁଟ ହୋଇ ଚୋରକୁ ଧରି ଚପଲରେ ମାଡ ମାରିବା ସହ ଜୋତା ମାଳ ପିନ୍ଧାଇଥିଲେ। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ସମ୍ପୃକ୍ତ ଯୁବକକୁ ଥାନା ଆଣି ଅଧିକ ପଚରାଉଚୁରା କରୁଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.