Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘କାଶ୍ମୀରରେ ଶାନ୍ତି ଅଛି, ମିଛ କହି ପାକ୍ ସେନା ଏବଂ ଆଇଏସଆଇ ଆମକୁ ହିଂସା ପାଇଁ ଉସକାଉଛନ୍ତି’ : ପାକିସ୍ତାନର ମୁଖା ଖୋଲିଲା ଗିରଫ ଆତଙ୍କବାଦୀ

30/09/2021 at 8:09 AM

ଶ୍ରୀନଗର, ୩୦|୦୯:  କାଶ୍ମୀରରେ ଶାନ୍ତି ଅଛି । ପାକିସ୍ତାନ କାଶ୍ମୀରକୁ ଅଶାନ୍ତ କରିବାକୁ ଚାହୁଁଛି । ଭାରତୀୟ ସେନା ବିରୋଧରେ ମିଛ କହୁଛି ପାକିସ୍ତାନ । କିଛି ଏପରି କହିଛି ସେନା ହାତରେ ଧରା ପଡିଥିବା ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ହେଲା ୧୯ ବର୍ଷୀୟ ପାକିସ୍ତାନୀ ଅଳ୍ଲୀ ବାବର ପାତ୍ରା । ବୁଧବାର ସେନା ତାକୁ ଗିରଫ କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବାବର ।

ବାବର କିପରି ଆତଙ୍କବାଦୀ ସଙ୍ଗଠନରେ ଯୋଗଦେଲା । କିପରି ତାକୁ ଭାରତୀୟ ସେନା ବିରୋଧରେ ମିଛ କୁହାଗଲା ଓ ସେ ତା ମାଆଙ୍କ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ଲୋଭରେ ବନ୍ଧୁକ ଧରିଲା, ସବୁ କାହାଣୀ କହିଛି ବାବର । ବାବର କହିଛି ଯେ, ତାକୁ କୁହାଗଲା କାଶ୍ମୀରରେ ଭାରତୀୟ ସେନା ରକ୍ତପାତ କରୁଛି । କିନ୍ତୁ ପ୍ରକୃତରେ  କାଶ୍ମୀରରେ ଶାନ୍ତି ଅଛି । ପାକିସ୍ତାନରେ ଆତଙ୍କୀ ସଂଗଠନ କିପରି ତାକୁ ଟ୍ରେନିଂ ଦେଇଥିଲେ। ପାକ ସେନା କିପରି ସହଯୋଗ କରିଥିଲେ ସବୁ ବାବର କହିଛି।

ସେ ଆହୁରି କହିଛି ଯେ, ପାକିସ୍ତାନର ୫ରୁ ୬ ଯୁବକଙ୍କୁ ବାଛିଥିଲେ ଆତଙ୍କବାଦୀ। ସେଥିରେ ଥିଲା ବାବର୍। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲା। ବାବରକୁ ୨୦ ହଜାର ଦିଆଯାଇଥିବା ବେଳେ ପରେ ତାକୁ ୩୦ ହଜାର ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଉରୀ ସେକ୍ଟରରେ ଅତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ର କରି ସେ ଭାରତ ସୀମାରେ ପ୍ରବେଶ କରିଥିଲା। ତେବେ ସେ ଯଦି କେବେ ମାଆଙ୍କୁ ଦେଖାକରେ ଭାରତୀୟ ସେନା ଭଲ ବ୍ୟବହାର କରିଥିବା କହିବ । ପାକିସ୍ତାନ ସେନା ଓ ଆଇଏସଆଇର ବିନା ସହଯୋଗରେ କୌଣସି ପାକିସ୍ତାନୀ ସୀମା ଅତିକ୍ରମ କରିପାରିବେ ନାହିଁ । ଆତଙ୍କବାଦୀ ପଛରେ ପାକିସ୍ତାନ ସେନାର ହାତ ରହିଛି ।

ସେ ଆହୁରି ମଧ୍ୟ କହିଛି ଯେ, ଧରା ପଡିବା ପରେ ସେ ଦୈନିକ ୫ ଥର ଆଜାନ ଶୁଣିଛି । ଅର୍ଥାତ କାଶ୍ମୀରରେ ଶାନ୍ତି ଅଛି । କୌଣସି ଅସହିଷ୍ଣୁତା ନାହିଁ ବୋଲି ସେ କହିଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଅଲି ବାବରକୁ ଗ୍ଲାସରେ ଚା ଦିଆଯାଇଥିଲା। ଏହି ଆତଙ୍କବାଦୀଙ୍କୁ କପେ ନୁହେଁ ପୂରା ଗିଲାସେ ଚା ଦିଆଯାଇଥିଲା। ତେବେ ଏହି ଚା ସହିତ ରହିଛି ଗୁଢ଼ ରହସ୍ୟ। ଫିଲ୍ମ ଉରିରେ ଆତଙ୍କବାଦୀକୁ ଚା ପିଆଇ ସତ ଉଗାଳିବାର ସିନ୍ ପରେ କଥାଟା ବାହାରିଥିଲା। ଯେତେବେଳେ ବାୟୁସେନା ବୀର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଧରିଥିଲା ତାଙ୍କୁ ୧ କପ ଚା ପିଇବାକୁ ଦେଇ ଜେରା କରିଥିବାର ଭିଡିଓ ଜାରି କରିଥିଲା। ଏମିତି କରି ଭାରତକୁ ଛିଗୁଲାଇବାରୁ ଚାହିଁଥିଲା ପାକିସ୍ତାନ, ଯାହାର ଆପତ୍ତି ବି କରିଥିଲା ଭାରତ। ଆଉ ଏବେ ଅଲି ବାବର ପେଟରେ କପେ ଚା ନୁହେଁ ପୂରା ଗିଲାସେ ଚା ପଡ଼ିବା ପରେ ସେ ସାମ୍ବାଦିକ ସମ୍ମିଳନୀରେ କେମିତି ସତ କହୁଛି ତାହା ଭାରତୀୟ ସେନା ଜଣାଇ ଦେଇଛି।

ସୂଚନାଯୋଗ୍ୟ, ୬ ଜଣ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିଥିଲେ। ତେବେ ସେନାର ଅପରେସନର ତାର ଜଣେ ସାଥୀ ପ୍ରାଣ ହରାଇଥିବା ବେଳେ ୧୯ ବର୍ଷିୟ ଅଲି ବାବର ଆତ୍ମସମର୍ପଣ କରିଥିଲା। ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନୀର ଆତଙ୍କବାଦୀ ଛବିର ପ୍ରମାଣ ଭାରତ ଦେଖାଇଛି ।

   Related Posts