Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜିୟୋ ବ୍ରଡବ୍ରାଣ୍ଡ ୟୁଜରଙ୍କୁ ମାଗଣାରେ ମିଳିବନି କେବୁଲ ଟିଭି ସବସ୍କ୍ରିପସନ୍, ଜାଣନ୍ତୁ କାହିଁକି

ଜିୟୋ ଫାଇବର ଭାରତର ପ୍ରଥମ ସର୍ଭିସ ପ୍ରୋଭାଇଡର ଯିଏ ନିଜ ଗ୍ରାହକଙ୍କୁ ଟ୍ରିପଲ ପ୍ଲେ ପ୍ଲାନ ଦେଉଛନ୍ତି। ନିକଟରେ ଜିୟୋ ନିଜର ପ୍ଲାନ ଘୋଷଣା କରିଥିବା ବେଳେ ଏଥିରେ ନ୍ୟୁନତମ ପ୍ଲାନର ମୂଲ୍ୟ ୬୯୯ ଟଙ୍କା ରହିଛି। ଏହା ଛଡା ଜିଓ ଫାଇବର ବ୍ରଡବ୍ରାଣ୍ଡ ପ୍ଲାନରେ ଲ୍ୟାଣ୍ଡ ଲାଇନ କନେକ୍ସନ ସହ ୪କେ ରେଡି ସେଟଟପ ବକ୍ସ ଦେବ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ତେବେ ଏଥିରେ ସବୁଠାରୁ ବଡ କଥା ହେଉଛି ଜିୟୋ ତାର ବ୍ରଡବ୍ରାଣ୍ଡ ୟୁଜରଙ୍କୁ କେବୁଲ ଟିଭି ସବସ୍କ୍ରିପସନ କିନ୍ତୁ ଦେବନି।

ଏଣୁ ଜିୟୋ ୪କେ ରେଡି ସେଟ୍ ଟପ୍ ବକ୍ସରେ କଣ୍ଟେଣ୍ଟ ଦେଖିବା ଲାଗି ଗ୍ରାହକଙ୍କୁ ଲୋକାଲ କେବୁଲ ଅପରେଟରଙ୍କ ଠାରୁ କେବୁଲ କନେକ୍ସନ ନେବାକୁ ପଡିବ। ଯାହାର ଦେୟ ସେମାନେ କେବୁଲ ଅପରେଟରଙ୍କୁ ବି ପ୍ରଦାନ କରିବେ। ଟେଲିକମ ଟକ୍ ଙ୍କରିପୋର୍ଟ ଅନୁସାରେ ଏବେ ହାଥୱେ, ଡେନ ନେଟୱାର୍କସ୍ ଓ ଜିପିଟିଏଲ ହାଥୱେ ଜିଓ ଫାଇବର ୟୁଜର୍ସଙ୍କୁ କେବୁଲ ଟିଭିସେବା ଦେଉଛନ୍ତି।ଏଥିଲାଗି ରିଲାଏନ୍ସ ଜିଓ ଫାଇବର ଗ୍ରାହକଙ୍କଠାରୁ ୨ହଜାର ୫ଶହ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ନେଉଛନ୍ତି। ଏଥିରେ ୧ ହଜାର ଟଙ୍କା ଇନଷ୍ଟାଲେସନ ଚାର୍ଜ ଥିବା ବେଳେ ବାକି ୧ହଜାର ୫ଶହ ଟଙ୍କା ରିଫଣ୍ଡେବଲ। ଏଥିରେ ଏକ ଜିଓ ସେଟ୍ ଟପ୍ ବକ୍ସ ବି ମିଳୁଛି।

ଯେହେତୁ ଜିୟୋ ସେଟ୍ ଟପ୍ ବକ୍ସ ମିଳୁଛି ତେହେତୁ ଏଥିରେ କେବୁଲ ଟିଭି ବି ଦେଖିହେବ ବୋଲି ୟୁଜରମାନେ ଭାବୁଥିଲେ। ହେଲେ ଏଥିଲାଗି ସ୍ଥାନୀୟ କେବୁଲ ଅପରେଟରଙ୍କ କନେକ୍ସନ ବି ଜରୁରି । ନଚେତ ଏହି ସେଟ୍ ଟପ ବକ୍ସ ରୁ କେବୁଲ ଟିଭି ଦେଖି ହେବନାହିଁ। ଏଣୁ କମ୍ପାନୀ ନିଜର ଗ୍ରାହକଙ୍କ ଲାଗି ଆଇପି ଟିଭି ଯୋଜନା କରିଥିଲା। ହେଲେ ଏହା ସଫଳ ନ ହେବା ଯୋଗୁ ଅନେକ ସ୍ଥାନରେ କମ୍ପାନୀ ହାଥ ୱେ ଓ ଡେନ ନେଟୱାର୍କସର ସେୟାର କ୍ରୟ କରିଥିବା ଜଣାପଡିଛି।

121 Views

   ସମ୍ବନ୍ଧିତ ଖବର