ଅଦା ଚା' ପିଇବାରେ ଋଚି ଅଛି କି ଆପଣଙ୍କର ? ସତର୍କ ରୁହନ୍ତୁ, ହୋଇପାରେ କ୍ୟାନସର

Published By : Prameya-News7 Bureau | January 01, 2019 IST

wp:heading {"level":5}
ଅଦା ଚା' ଶୀତ ଦିନରେ ସ୍ୟାସ୍ଥ ପାଇଁ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଅଦା ଚା' ପିଇବାରେ ଋଚି ରଖୁଥିବା ଲୋକ ହୁଅନ୍ତୁ ସାବଧାନ। କାରଣ ଆପଣ ଅଦା ଚାହା ବଦଳରେ ବିଷ ପିଉଛନ୍ତି। ବଜାରରେ ମିଳୁଥିବା ଭଲ ଅଦା ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ ପାଇଁ ସେତିକି ଭୟଙ୍କର।
/wp:heading {"id":69496,"width":558,"height":371}
wp:heading {"level":5}
 ଆଜିକାଲି ପରିବା ବଜାରରେ ମିଳୁଥିବା ଅଦା ଅଧିକ ମାତ୍ରାରେ ବିକ୍ରି ପାଇଁ  ଏସିଡ ଦ୍ୱାରା ସଫା କରାଯାଉଛି। କାରଣ ଲୋକମାନେ ସଫା ଅଦା ଦେଖିଲେ ଅଧିକ କିଣିବେ। ଅପରିଷ୍କାର ଦେଖାଯାଉଥିବା ଅଦାକୁ ଏସିଡ ସାହାଯ୍ୟରେ ସଫା କରନ୍ତି।
/wp:heading {"id":69497,"width":576,"height":573}
wp:heading {"level":5}
 ୧ଲିଟର ଏସିଡରେ ପାଖା ପାଖି ୪୦୦କିଲୋ ଅଦା ଧୁଆଯାଏ। ଏସିଡରେ ଧୋଇଲେ ଅଦାର ଅପରିଷ୍କାର ପରସ୍ତ ବାହାରି ସଫା ହୋଇଯାଏ। ଦେଶର ରାଜଧାନୀ ଦିଲ୍ଲୀରେଏସିଡ ଦ୍ୱାରା ସଫା ହେଉଥିବା ଅଦା ଅନେକ ପରିବା ବଜାରକୁ ଯୋଗାଯାଏ। ଯାହା ଲୋକାଲ ବଜାରରେ ବିକ୍ରି ହୁଏ। ଡକଟରଙ୍କ ଅନୁସାରେ ଅଧିକ ମାତ୍ରାର ଏସିଡ ଦେହକୁ ଗଲେ କ୍ୟାନସରରେ ପରିଣତ ହୋଇଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.