Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଅଦା, ଜାଣନ୍ତୁ କେମିତି…

31/12/2019 at 3:38 PM

ନିୟମିତ ଭାବେ ଅଦା ସେବନ କଲେ ବିଭିନ୍ନ ରୋଗ ତଥା ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଅଦା ଏକ ଏମିତି ଜିନିଷ ଯାହା ପ୍ରତିଦିନ ଖାଇଲେ ଅନେକ ଫାଇଦା ମିଳେ। ଅଦାରେ ଭରପୁର ମାତ୍ରାର ଔଷଧୀୟ ଗୁଣ ରହିଛି। ସାଧାରଣତଃ ଅଦା ରୋଶେଇ ଘରେ ଉପଲବ୍ଧ ଥାଏ। ସମସ୍ତେ ଅଦାକୁ ମସଲା ଭାବେ ବ୍ୟବହାର କରନ୍ତି। କିନ୍ତୁ ଅଦାରେ ଅନେକ ମାତ୍ରାର ପ୍ରୋଟିନ, ଆଇରନ, କ୍ୟାଲସି୍ୟମ ଭଳି ତତ୍ତ୍ୱ ରହିଛି।

ଅଦା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଅଦା ଥଣ୍ଡା, କାଶ, ମୁଣ୍ଡବଥା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଅଦାର ଉପକାରିତା ବିଷୟରେ ଜାଣନ୍ତୁ। ପ୍ରତ୍ୟେକ ଦିନ ଅଦା ଖାଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଅଦା ଚା’ ଶରୀର ପାଇଁ ଖୁବ ଭଲ ହୋଇଥାଏ। ନିୟମିତ ଭାବେ ଅଦା ସେବନ କଲେ ଶରୀରର ସବୁ ପ୍ରକ୍ରିୟା ଠିକ୍‌ ଭାବେ ହୋଇଥାଏ।

ମଧୁମେହ ରୋଗରେ ପୀଡ଼ିତ ଥିବା ଲୋକେ ପ୍ରତ୍ୟେକ ଦିନ ଅଦା ଖାଇଲେ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କେବଳ ସେତିକି ନୁହେଁ ଅଦା ଖାଇଲେ କିଡନୀ ରୋଗ ହେବାର ସମ୍ଭାବନା ମଧ୍ୟ କମ୍‌ ଥାଏ। ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସହଯୋଗ କରେ ଅଦା । ପ୍ରତିଦିନ ଖାଲିପେଟରେ ଅଳ୍ପ ଅଦା ଖାଇଲେ ତ୍ବଚାର ଚମକ୍‌ ବଢେ ଓ ଚେହେରା କୋମଳ ହୋଇଥାଏ।

 

 

   Related Posts