Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

PoK କାହାର ? ପାଣିପାଗ ବୁଲେଟିନ୍‌ରେ ପାକିସ୍ତାନକୁ ଭଲ ଭାବେ ବୁଝାଇ ଦେଲା ଭାରତ

7/05/2020 at 3:09 PM

ନୂଆଦିଲ୍ଲୀ ୦୭।୦୫: ଭାରତ ପାକିସ୍ତାନକୁ ସ୍ପଷ୍ଟ ଭାବେ ବୁଝାଇ ଦେଇଛି ଯେ, ଗିଲଗିଷ୍ଟ ବାଲିଷ୍ଟାନ ହେଉଛି ଆମର ଅଭିନ୍ନ ଅଙ୍ଗ। ଭାରତୀୟ ପାଣିପାଗ ବିଭାଗ(IMD) ଜାମ୍ମୁ-କାଶ୍ମୀର ସବ ଡିଭିଜନକୁ ଏବେ ‘ଜାମ୍ମୁ ଓ କାଶ୍ମୀର, ଗିଲଗିଟ-ବାଲିଷ୍ଟାନ ଓ ମୁଜଫରାବାଦ’ କହିବା ଆରମ୍ଭ କରି ଦେଇଛି। ଗିଲଗିଟ୍-ବାଲିଷ୍ଟାନ ଓ ମୁଜାଫରାବାଦ ଉଭୟ ଉପରେ ପାକିସ୍ତାନ ଅବୈଧ କବଜା  କରିଛି। ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ଉତ୍ତର-ପଶ୍ଚିମ ଭାରତ ପାଇଁ ଯେଉଁ ପୂର୍ବାନୁମାନ ଜାରି କରିଛି ସେଥିରେ ଗିଲଗିଟ୍-ବାଲିଷ୍ଟାନ ଓ ମୁଜଫରାବାଦକୁ ମଧ୍ୟ ସାମିଲ କରାଯାଇଛି।

କଣ ପାଇଁ ମହତ୍ଵପୂର୍ଣ୍ଣ ଏହି ପଦକ୍ଷେପ ?

ଆଇଏମଡି ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ, ଗିଲଗିଟ୍-ବାଲିଷ୍ଟାନ ଓ ମୁଜଫରାବାଦକୁ ଏଥିରେ ସାମିଲ କରାଯିବା ବଡ ମହତ୍ଵପୂର୍ଣ୍ଣ କାର୍ଯ୍ୟ। ଆଇଏମଡି ନିର୍ଦ୍ଦେଶକ ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆଇଏମଡି ପୂରା ଜାମ୍ମୁ-କାଶ୍ମୀର ଓ ଲଦାଖ ପାଇଁ ପାଣିପାଗ ବୁଲେଟିନ୍ ଜାରି କରିଛି। ଏଥିରେ ଗିଲଗିଟ୍-ବାଲିଷ୍ଟାନ ଓ ମୁଜଫରାବାଦକୁ ଏଥିପାଇଁ ସାମିଲ କରାଯାଇଛି, କାରଣ ଏହା ଭାରତର ଅଭିନ୍ନ ଅଙ୍ଗ ଅଟେ। ଚଳିତ ମାସ ପ୍ରାରମ୍ଭରେ ଭାରତ ସ୍ପଷ୍ଟ କରିଥିଲା ଯେ, ଏହି ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ। କିନ୍ତୁ ସେଠାକାର ସୁପ୍ରିମକୋର୍ଟ ପାକିସ୍ତାନ ସରକାରଙ୍କୁ ଗିଲଗିଟ୍-ବାଲିଷ୍ଟାନରେ ନିର୍ବାଚନ କରାଇବାକୁ ଆଦେଶ ଦେଇଥିଲେ। ଭାରତ ଏହା ଉପରେ କଡା ପ୍ରତିକ୍ରିୟା ଦେଇ କହିଥିଲା ଯେ ଉକ୍ତ ଅଞ୍ଚଳ ଉପରେ ଦଖଲ ଦେବାରେ କୌଣସି ଅଧିକାର ପାକିସ୍ତାନର ନାହିଁ।  

ପାକିସ୍ତାନ ଅଦାଲତ ନିଷ୍ପତ୍ତି ନେଇ ପାରିବ ନାହିଁ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ବରିଷ୍ଠ ରାଷ୍ଟ୍ରଦୂତକୁ ଏ ନେଇ ଆପତ୍ତି ପତ୍ର ଜାରି କରାଯାଇଥିଲା। ଚିଠିରେ କୁହାଯାଇଛି ଗିଲଗିଟ୍-ବାଲିଷ୍ଟାନ ଉପରେ ପାକିସ୍ତାନର ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ଭାରତ କଡା ବିରୋଧ କରୁଛି। ଏଥିରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ, କେନ୍ଦ୍ର ଶାସିତ ରାଜ୍ୟ ପୂରା ଜାମ୍ମୁ-କାଶ୍ମୀର ଓ ଲଦାଖକୁ ବୁଝାଏ। ଏଥିରେ ଗିଲଗିଟ୍-ବାଲିଷ୍ଟାନ ମଧ୍ୟ ସାମିଲ। ଏହା ସଂପୂର୍ଣ୍ଣ ଭାବେ ଆଇନତଃ ଏବଂ ଅପରିବର୍ତ୍ତନ ଆଧାରରେ ଭାରତ ଅଭିନ୍ନ ଅଙ୍ଗ ଅଟେ। ବୈଦେଶିକ ମନ୍ତ୍ରଣାଳୟ କହିଛି ପାକିସ୍ତାନ ସରକାର କିମ୍ବା ଏହାର ନ୍ୟାୟପାଳିକା ଏହି କ୍ଷେତ୍ର ଉପରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ପାକିସ୍ତାନ ଏହା ଉପରେ ଅବୈଧ କବଜା କରିଛି।

ଭାରତ ମାନଚିତ୍ରରେ ପିଓକେ

ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଭାରତ ସରକାର ନୂତନ ମାନଚିତ୍ର ଜାରି କରିଛନ୍ତି। ଏଥିରେ ପାକ୍ ଅଧିକୃତ କାଶ୍ମୀର(PoK)କୁ କାଶ୍ମୀର ଅଞ୍ଚଳ ଭାବେ ଦର୍ଶାଯାଇଥିଲା। ଏଥିରେ ପିଓକେର ତିନୋଟି ଜିଲ୍ଲା ମୁଜାଫରବାଦ, ପଞ୍ଚ ଓ ମୀରପୁରକୁ ସାମିଲ କରାଯାଇଥିଲା।

   Related Posts