Sunday, January 19, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦିଙ୍କୁ ମିଳିଥିବା ଉପହାର ସର୍ବସାଧାରଣଙ୍କ ପାଇଁ ହେବ ନିଲାମ, ସେପ୍ଟେମ୍ବର ୧୪ ତାରିଖରୁ ଅନଲାଇନରେ ହେବ ଆରମ୍ଭ, ସର୍ବନିମ୍ନ ଓ ସର୍ବାଧିକ କେତେ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଲୀ୧୧|୯: ବିଦେଶ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ ଜଣାଇବା ସହ ତାଙ୍କୁ ଉପହାର ପ୍ରଦାନ କରାଯାଇଥାଏ।ବର୍ତ୍ତମାନ ସୁଦ୍ଧା ୨୭୦୦ରୁ ଅଧିକ ଉପହାର ମୋଦି ଗ୍ରହଣ କରିସାରିଛନ୍ତି।ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ଉପହାରଗୁଡ଼ିକୁ ଏବେ ସର୍ବସାଧାରଣଙ୍କ ଲାଗି  ନିଲାମ  କରିବା ଲାଗି ନିଷ୍ପତ୍ତି ହୋଇଛି ।

 ଏ ସଂପର୍କରେ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସୂଚନା ଦେଇଛନ୍ତି।ମୋଦିଙ୍କୁ ମିଳିଥିବା ଉପହାର ଗୁଡିକ ଅନଲାଇନ୍‌ରେ ନିଲାମ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି।ଏହି ନିଲାମ ପ୍ରକ୍ରିୟା ସେପ୍ଟେମ୍ବର ୧୪ ତାରିଖରୁ ଅନଲାଇନରେ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ଉପହାର ଗୁଡିକର  ସର୍ବନିମ୍ନ ମୂଲ୍ୟ ୨୦୦ ଟଙ୍କା ଏବଂ ସର୍ବାଧିକ ମୂଲ୍ୟ ୨,୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୧୮୦୦ ଉପହାର ବିକ୍ରି ହୋଇସାରିଛି।ଏହି ନିଲାମ ୨ ଦିନ ପର୍ଯ୍ୟନ୍ତ ଚାଲିଥିଲା  । ଏହି ନିଲାମ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ସ୍ବରୂପ ଏକ ପେଣ୍ଟିଂ ମିଳିଥିଲା। ଏହି ପେଣ୍ଟିଂର ମୂଲ୍ୟ ଥିଲା ୫ ହଜାର ଟଙ୍କା ଥିଲା । ନିଲାମରେ ଏହି ପେଣ୍ଟିଂର ସର୍ବନିମ୍ନ ମୂଲ୍ୟ ୧୦ ହଜାର ଟଙ୍କା ରଖାଯାଇଥିଲ। ନିଲାମରୁ ମିଳିଥିବା ଅର୍ଥ କେନ୍ଦ୍ର ସରକାରଙ୍କ ନମାମି ଗଙ୍ଗେ ପ୍ରକଳ୍ପରେ ବିନିଯୋଗ କରାଯାଉଛି ।

169 Views

   ସମ୍ବନ୍ଧିତ ଖବର


Loading...