ନିମିଷକରେ ଜୀଅନ୍ତା ହରିଣ ଗିଳି ପକାଇଲା ଅଜଗର, ଭିଡିଓରେ କଏଦ ହେଲା ଭୟଙ୍କର ଦୃଶ୍ୟ

Published By : Prameya-News7 Bureau | September 16, 2021 IST

ଜୟପୁର ୧୬/୦୯:  ଜୀଅନ୍ତା ହରିଣକୁ ଗିଳିଦେଲା ବିଶାଳ ଅଜଗର। ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଭାବେ ହରିଣକୁ ଗିଳି ପକାଇଲା ଅଜଗର। ଘଟଣାଟି ରାଜସ୍ଥାନର ବାରନ ଜିଲ୍ଲାର ହୋଇଥିବା ବେଳେ ଏନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଲାଲାପୁରା ସଂରକ୍ଷତି ଜଙ୍ଗଲରେ ଅଜଗରର ଶିକାର ଭିଡିଓ ବୁଧବାର ସକାଳେ ସୁଟ୍‌ ହୋଇଥିବା କୁହାଯାଉଛି।

୩୪ ସେକେଣ୍ଡର ଏହି ଭିଡିଓରେ ଗୋଟିଏ ୮ ଫୁଟିଆ ଅଜଗର ଏକ ହରିଣକୁ ଗିଳି ପକାଉଥିବା ଦେଖିବାକୁ ମିଳିଛି। ଏତେ କମ ସମୟ ମଧ୍ୟରେ ସାପଟି ହରିଣଟିକୁ ଗିଳି ପକାଇଥିଲା ଯେ ଦେଖଣାହାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହରିଣକୁ ସମ୍ପୂର୍ଣ୍ଣ ଗିଳି ଦେବା ପରେ ଅଜଗର ସେଠାରେ ନରହି ଜଙ୍ଗଲ ଭତରକୁ ଚାଲିଯାଇଥିଲା।

ଘଟଣାସ୍ଥଳରେ ବନ ବିଭାଗର କିଛି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ନିଜ ମୋବାଇଲରେ ସମସ୍ତ ଘଟଣା ସୁଟ୍‌ କରିନେଇଥିଲେ। କିଶନଗଞ୍ଜ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ପ୍ରାୟତଃ ଜଙ୍ଗଲୀ ଜୀବ ଦେଖାଯାଆନ୍ତି।

ବିଶେଷ କରି ଅଜଗର ଛୋଟ ଜୀବ ଯେମିତିକି ଠେକୁଆ, ମୂଷା ଆଦି ଗିଳିବା ସାଧାରଣ କଥା। କିନ୍ତୁ ବଡ଼ ହରିଣକୁ ଏକାଥରେ ଗିଳିଦେବାର ଭିଡିଓ ହୁଏତ ବିରଳ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.