ବିଶ୍ୱର ସର୍ବ ବୃହତ୍ତ ହୀମଖଣ୍ଡକୁ ଜନ୍ମ ଦେଇଛି ଆଣ୍ଟାର୍କଟିକା

Published By : Prameya-News7 Bureau | May 21, 2021 IST

ପ୍ୟାରିସ : ସ୍ପେନୀୟ ଦ୍ୱୀପ ମୋଜର୍କାଠାରୁ ମଧ୍ୟ ଏକ ବିଶାଳ ହୀମଖଣ୍ଡ ଆଣ୍ଟାର୍କ ଟିକାର ଶୀତଳତମ ପ୍ରଦେଶରୁ ୱେଡେଲା ସମୁଦ୍ରରେ ପଡିଛି। ଯାହା ଏବେ ପାଣିରେ ଭାସୁଥିବା ବେଳେ ପୃଥିବୀର ସର୍ବ ବୃହତ୍ତ ଭାସମାନ ବରଫ ଦ୍ୱୀପରେ ପରିଣତ ହୋଇଥିବା ୟୁରୋପୀୟ ଅନ୍ତରୀକ୍ଷ ସଂସ୍ଥାନ ସୂଚିତ କରିଛନ୍ତି। କୋପରନିକସର ସେଣ୍ଟିନଲ-୧ରୁ ଉଠାଯାଇଥିବା ଫଟୋରେ ଏହି ବିଶାଳ ହୀମଖଣ୍ଡକୁ ବୈଜ୍ଞାନିକମାନେ ଏ-୭୬ ନାମକରଣ କରିଛନ୍ତି।

ଏହି ହୀମଖଣ୍ଡଟି ପ୍ରାୟ ୧୭୫ କିଲୋମିଟର (୧୦୬) ଲମ୍ବ ହୋଇଥିବା ବେଳେ ଏହାର ପ୍ରସ୍ତ ୨୫ କିଲୋମିଟର (୧୫ ମାଇଲ) ଆକଳନ କରାଯାଇଛି। ପାଣି ଉପରେ ଦେଖା ଯାଉଥିବା ବିଶାଳ ବରଫ ଦ୍ୱୀପର କ୍ଷେତ୍ରଫଳ ୪ହଜାର ୩୨୦ ବର୍ଗ କିଲୋମିଟର(୧ ହଜାର ୬୬୮ ବର୍ଗମାଇଲ ) ଆକଳନ କରାଯାଇଛି। ଏହାକୁ ସ୍ପେନର ପର୍ଯ୍ୟଟନ ଦ୍ୱୀପ ମାଜୋର୍କା ସହ ସମାନ ବୋଲି ବୈଜ୍ଞାନିକ କହିଛନ୍ତି। ଯୁକ୍ତରାଷ୍ଟ୍ରର ରୋଡ ଆଇଲ୍ୟାଣ୍ଡ ମଧ୍ୟ ଏହାଠାରୁ କ୍ଷୁଦ୍ର।

{"id":455428,"width":836,"height":554,"sizeSlug":"large","linkDestination":"none"}

ଆଣ୍ଟାର୍କଟିକାର ରୋନ ଆଇସ୍‌ ସେଲଫରେ ଜନ୍ମ ହୋଇଥିବା  ଆଇସ ବର୍ଗ ଏ-୭୬  ବିଶ୍ୱର ସର୍ବ ବୃହତ୍ତ ଆଇସ୍‌ ବର୍ଗ ଭାବେ ଚିହ୍ନିତ ହୋଇଛି। ଏହା ଏ-୨୩ଏ ( ୩ ହଜାର ୩୮୦ ବର୍ଗ କିଲୋମିଟର) ଠାରୁ ମଧ୍ୟ ବିଶାଳ ବୋଲି ବୈଜ୍ଞାନିକ କହିଛନ୍ତି। ଯାହା ଏବେ ୱେଡଲ ସାଗରରେ ଭାସିବୁଲୁଛି। ତେବେ ବିଶାଳ ଆଇସବର୍ଗଟି ମୂଳ ଆଇସ୍‌ ସେଲଫରୁ ପୃଥକ ହୋଇଯାଇଥିବାରୁ ଏବେ ଏହା ୨ରୁ ୩ ଭାଗରେ ବିଖଣ୍ଡିତ ହୋଇପାରେ ବୋଲି କୁହାଯାଉଛି। ଏହା ଏକ ପ୍ରାକୃତିକ ଘଟଣା ଓ ଜଳବାୟୁ ପରିବର୍ତ୍ତନ ଲାଗି ଏପରି ଘଟୁଥିବା ୟୁନିଭର୍ସିଟି ଅଫ କଲରାଡୋର ବୈଜ୍ଞାନିକ କହିଛନ୍ତି।

ତେବେ ଏହି ବରଫ ପାଣିରେ ତରଳିବା ଯୋଗୁ ସମୁଦ୍ରରେ ଜଳ ପତ୍ତନ ବୃଦ୍ଧି ହେବ ନାହିଁ ବୋଲି ବୈଜ୍ଞାନିକ କହିଛନ୍ତି। ତେବେ ଏହା ପୂର୍ବରୁ ଏହିପରି ନ ହେଲେ ମଧ୍ୟ ଏହା ପାଖାପାଖି ଅନେକ ବରଫ ଖଣ୍ଡ ସମୁଦ୍ରକୁ ଖସି ତରଳି ସାରିଛି। ଆଣ୍ଟାର୍କଟିକା ପ୍ରାୟୋଦ୍ୱୀପର ଆଇସ ସେଲଫରୁ ବରଫ ଖଣ୍ଡ ଖସିବା ଏକ ନିୟମିତ ପ୍ରାକୃତିକ ଘଟଣା। ତେବେ ଅତ୍ୟାଧିକ ବରଫ ତରଳି ସମୁଦ୍ରରେ ମିଶିବା ଗ୍ଲୋବାଲ ୱାର୍ମିଂର କାରଣ ହୋଇପାରେ ବୋଲି ବୈଜ୍ଞାନିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.